ଅଳ୍ପ ଦିନ କ୍ୟାରିଅରରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ସମସ୍ତେ କ୍ରସ୍ ଗାର୍ଲ ବୋଲି କୁହନ୍ତି। ନିକଟରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ୭ ବର୍ଷ କ୍ୟାରିଅର ପୂରଣ କରିଛନ୍ତି। ତେବେ ଏହି କ୍ୟାରିଅର ଭିତରେ ସେ ଅନେକ ଆକ୍ଟରଙ୍କ ସହ କାମ କରିଛନ୍ତି। କିନ୍ତୁ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ଯୋଡି ଖୁବ ଜମିଥିଲା। ଏହା ପରେ ଉଭୟେ ଉଭୟଙ୍କୁ ପ୍ରେମ କରୁଛନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ଦେଖିବାକୁ ମିଳୁଥିଲା। କିନ୍ତୁ ଏହି ଚର୍ଚ୍ଚା ଏବେ ବାସ୍ତବ ରୂପ ନେବ ବୋଲି କୁହାଯାଉଛି। ଅର୍ଥାତ ରଶ୍ମିକା ଖୁବଶୀଘ୍ର ବିଜୟ ଦେବରକୋଣ୍ଡାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।ତେବେ ବିଭିନ୍ନ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, କୁହାଯାଉଛି ଚଳିତ ଫେବ୍ରୁଆରୀ ମାସରେ ବିବାହ ପାଇଁ ଉଭୟ ନିର୍ବନ୍ଧ କରିବେ। ହେଲେ ଏପର୍ୟ୍ୟନ୍ତ ଦୁହେଁ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି। କାରଣ ଏହି ଯୋଡିଙ୍କୁ ଯୁବପିଢ଼ି ମାନେ ଖୁବ ପସନ୍ଦ କରନ୍ତି।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Prev Post
Next Post