ଅନୁଷ୍କା ପୁଣି ଗର୍ଭବତୀ ଅଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି । ସେ ଖୁବ୍ ଶୀଘ୍ର ଘରକୁ ଜଣେ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତିି । ସୋସିଆଲ ମିଡିଆରେ ଏହାର ଜୋରସୋର ଚର୍ଚ୍ଚା ଚାଲିଛି ।ସୂଚନା ମିଳିଛି ଯେ ଅନୁଷ୍କାଙ୍କ ମା’ ହେବା କଥା ସତ ଏବଂ ଦୁଇ ମାସ ହେବ ସେ ଗର୍ଭବତୀ ଅଛନ୍ତି । ଅନୁଷ୍କା ବହୁତ ଶୀଘ୍ର ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇ ପାରନ୍ତି । ଏହା ମଧ୍ୟ କୁହାଯାଉଛି ଯେ ସେ ଗର୍ଭବତୀ ଥିବା ଯୋଗୁ ଲାଇମ୍ଲାଇଟ୍ରୁ ଦୂରେଇ ରହୁଛନ୍ତି ।କିଛି ଗଣମାଧ୍ୟମ ସୁତ୍ର ଅନୁଯାୟୀ, ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଯୋଗୁ ବିରାଟ କୋହଲିଙ୍କ କ୍ରିକେଟ୍ ଟୁରକୁ ମଧ୍ୟ ଯାଇନଥିଲେ । ବିରାଟ ଓ ଅନୁଷ୍କାଙ୍କୁ ମୁମ୍ବାଇର ଏକ ହସ୍ସପିଟାଲ ବାହାରେ ଦେଖିବା ପାଇଁ ମିଳିଛିି । ତେବେ ଦୁଇ ଜଣ ଷ୍ଟାର ଖୁବ୍ ଶୀଘ୍ର ଏହି ଖୁସି ଖବର ଘୋଷଣା କରିବେ ବୋଲି କୁହାଯାଉଛି ।ବହୁତ ଦିନ ହେବ ସୋସିଆଲ ମିଡିଆରେ ଅନୁଷ୍କା ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ପ୍ରଥମ ଥର ପାଇଁ ଏହି ଖବର ଅଗଷ୍ଟରେ ଶୁଣିବା ପାଇଁ ମିଳିଥିଲା । ଏବେ ଏହି ଖବର ସିନେ ଜଗତରେ ଚର୍ଚ୍ଚା ଜୋର ଧରିଛି ।ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍ସ ଏହି ଖୁସି ଖବର ଶୁଣିବା ପାଇଁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post