ଅନୁଷ୍କା ପୁଣି ଗର୍ଭବତୀ ଅଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି । ସେ ଖୁବ୍ ଶୀଘ୍ର ଘରକୁ ଜଣେ ନୂଆ ଅତିଥିଙ୍କୁ ସ୍ୱାଗତ କରିପାରନ୍ତିି । ସୋସିଆଲ ମିଡିଆରେ ଏହାର ଜୋରସୋର ଚର୍ଚ୍ଚା ଚାଲିଛି ।ସୂଚନା ମିଳିଛି ଯେ ଅନୁଷ୍କାଙ୍କ ମା’ ହେବା କଥା ସତ ଏବଂ ଦୁଇ ମାସ ହେବ ସେ ଗର୍ଭବତୀ ଅଛନ୍ତି । ଅନୁଷ୍କା ବହୁତ ଶୀଘ୍ର ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇ ପାରନ୍ତି । ଏହା ମଧ୍ୟ କୁହାଯାଉଛି ଯେ ସେ ଗର୍ଭବତୀ ଥିବା ଯୋଗୁ ଲାଇମ୍ଲାଇଟ୍ରୁ ଦୂରେଇ ରହୁଛନ୍ତି ।କିଛି ଗଣମାଧ୍ୟମ ସୁତ୍ର ଅନୁଯାୟୀ, ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଯୋଗୁ ବିରାଟ କୋହଲିଙ୍କ କ୍ରିକେଟ୍ ଟୁରକୁ ମଧ୍ୟ ଯାଇନଥିଲେ । ବିରାଟ ଓ ଅନୁଷ୍କାଙ୍କୁ ମୁମ୍ବାଇର ଏକ ହସ୍ସପିଟାଲ ବାହାରେ ଦେଖିବା ପାଇଁ ମିଳିଛିି । ତେବେ ଦୁଇ ଜଣ ଷ୍ଟାର ଖୁବ୍ ଶୀଘ୍ର ଏହି ଖୁସି ଖବର ଘୋଷଣା କରିବେ ବୋଲି କୁହାଯାଉଛି ।ବହୁତ ଦିନ ହେବ ସୋସିଆଲ ମିଡିଆରେ ଅନୁଷ୍କା ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ପ୍ରଥମ ଥର ପାଇଁ ଏହି ଖବର ଅଗଷ୍ଟରେ ଶୁଣିବା ପାଇଁ ମିଳିଥିଲା । ଏବେ ଏହି ଖବର ସିନେ ଜଗତରେ ଚର୍ଚ୍ଚା ଜୋର ଧରିଛି ।ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍ସ ଏହି ଖୁସି ଖବର ଶୁଣିବା ପାଇଁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
Trending
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
Prev Post
Next Post