୨୦୧୩ରେ ପ୍ରିୟଙ୍କାଙ୍କ ପିତା ଅଶୋକ ଚୋପ୍ରାଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା। ଏହି ସମୟରେ ପିସି ବେଶ ଭାବପ୍ରବଣ ହୋଇପଡିଥିଲେ। ନିକଟରେ ଏକ ସାକ୍ଷାତକାରରେ ଦିଲ ଧଡକନେ ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ସେ ପିତାଙ୍କୁ ହରାଇବା ପରେ ସମ୍ପର୍କକୁ ସମ୍ମାନ କରିବା ଏବଂ ସମୟକୁ ଗୁରୁତ୍ୱ ଦେବା ଶିଖିଛନ୍ତି। ପ୍ରିୟଙ୍କା ଚୋପ୍ରା ମନେ ରଖିଛନ୍ତି ଯେ ସେ ନିଜ ମା’ଙ୍କ ଜନ୍ମଦିନ ଭୁଲିଯାଉଥିଲେ ଏବଂ ପିତାଙ୍କ ମୃତ୍ୟୁ ପରେ ସେ ଦିପାବଳୀ ପାଳନ କରି ନ ଥିଲେ।ଅଭିନେତ୍ରୀ ମନେ ରଖିଛନ୍ତି ଯେ ସେ ନିଜ ମା’ଙ୍କ ଜନ୍ମଦିନ ଭୁଲିଯାଉଥିଲେ ଏବଂ ପିତାଙ୍କ ମୃତ୍ୟୁ ପରେ ଦିପାବଳୀ ପାଳନ କରିନଥିଲେ। ପିସି ଜୀବନରେ ବହୁତ ଶୀଘ୍ର କାମ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏକ ଆନ୍ତର୍ଜାତୀୟ ତାରକା ପାଲଟିଥିବା ଏହି ଅଭିନେତ୍ରୀ ତାଙ୍କ ମାତାପିତା ବିଶେଷ କରି ତାଙ୍କ ପିତାଙ୍କ ସହ ଅତି ନିକଟତର ହୋଇଥିଲେ। ନିକଟରେ ହୋଇଥିବା ଏକ ବାର୍ତ୍ତାଳାପରେ, ଦୋସ୍ତାନା ଅଭିନେତ୍ରୀ ମନେ ପକାଇଲେ ଯେ ତାଙ୍କ ପିତାଙ୍କୁ ହରାଇବା ପରେ ତାଙ୍କ ଜୀବନ କିପରି ବଦଳିଗଲା।ସେ ପ୍ରକାଶ କରିଛନ୍ତି, ମୋର ମନେ ନାହିଁ ମୋର ମା’ର କେତେ ଜନ୍ମଦିନ ମୁଁ ଭୁଲି ଯାଇଛି କିମ୍ବା ବୋଧହୁଏ ମିସ କରିଛି। ମୁଁ ୨୦ବର୍ଷ ବୟସରେ ତାଙ୍କୁ କେତେଥର ଡାକିବାକୁ ଭୁଲିଗଲି। ତେବେ ବାହାରେ ଥିବା ବେଳେ ସେ ତାଙ୍କ ପିତାଙ୍କ ମୃତ୍ୟୁରେ ଏତେ ଭାଙ୍ଗି ପଡିଥିଲେ ଯେ ସେ ଦୀପାବଳି ପର୍ବ ପାଳନ କରିବାକୁ ଘରକୁ ଯାଇ ନଥିଲେ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର