ଡିମ୍ପଲ୍ କପାଡିଆ କହିଲେ ତାଙ୍କ ଦୁଃଖ କଥା

ଡିମ୍ପଲ୍ କପାଡିଆ ଖୁବ୍ କମ୍ ବର୍ଷ ବୟସରେ ବଲିଉଡ୍‌ରେ ପ୍ରବେଶ କରି ସଫଳତାର ସିଢି ଚଢିଥିଲେ। ସେ ରାଜ କପୁରଙ୍କ ଫିଲ୍ମ ‘ବବି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ତାଙ୍କୁ ଏତେ କମ ବୟସରେ କିପରି ମିଳିଲା? ଆପଣ ହୁଏତ ବିଶ୍ୱାସ କରିବେ ନାହୁଁ, ଯେଉଁ ଫିଲ୍ମରେ ଡିମ୍ପଲ୍ କାପାଡିଆ ଦର୍ଶକ ଏବଂ ଫିଲ୍ମ ନିର୍ମାତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ କରିଦେଇଥିଲେ, ସେ ଦିନେ କୁଷ୍ଠ ରୋଗରେ ପୀଡିତ ଥିଲେ।ଡିମ୍ପଲ୍ କାପାଡିଆଙ୍କ ଫିଲ୍ମ ଏବଂ ରାଜେଶ ଖାନ୍ନାଙ୍କ ସହ ତାଙ୍କ ବିବାହ ଏବଂ ତା’ପରେ ତା’ର ସମ୍ପର୍କରେ ଫାଟ, ଏ ସବୁ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ‘ବବି’ ଅଭିନେତ୍ରୀ କୁଷ୍ଠ ରୋଗରେ ପୀଡିତ ଥିଲେ। ରାଜ କପୁର ପ୍ରଥମେ ତାଙ୍କୁ ‘ବବି’ ପାଇଁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତା’ପରେ ତାଙ୍କ ଉପରେ ଭରସା କରିଥିଲେ। ତାଙ୍କର ସେହି ମୁହୂର୍ତ୍ତ ମନେ ପଡିଗଲେ ସତେ ଯେପରି ଯାଦୁ ପରି ଲାଗେ।

ଡିମ୍ପଲ୍‌ଙ୍କ ପ୍ରତି ଖରାପ ଶବ୍ଦ:

ଏକ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ, ଡିମ୍ପଲ୍ ସେହିସବୁ କଥା କହିଛନ୍ତି ଯାହାକୁ ତାଙ୍କ ପ୍ରଶଂସକମାନେ ଆଜି ପର୍ଯ୍ୟନ୍ତ ଜାଣି ନ ଥିଲେ। ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ବାପା ଚୁନ୍ନୀଭାଇ କପାଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜାଣିଥିଲେ। କିନ୍ତୁ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ, ଯିଏକି ତାଙ୍କ ପରିବାରର ବନ୍ଧୁଙ୍କ ପରି ଥିଲେ, ତାଙ୍କ ପ୍ରତି ସେ ଅନେକ ଖରାପ କଥା କହିଥିଲେ।

ଡିମ୍ପଲ୍ କହିଛନ୍ତି ଯେ “ପ୍ରକୃତରେ ମୁଁ ସେତେବେଳେ କୁଷ୍ଠ ରୋଗରେ ପୀଡିତ ଥିଲି। ସେହି ସମୟରେ ମୋର ବୟସ ପ୍ରାୟ ୧୨ ବର୍ଷ ଥିଲା ଏବଂ ଏହା ମୋ କହୁଣୀରେ ହୋଇ ଥିଲା। ଦିନେ ପରିବାରର ଜଣେ ବନ୍ଧୁ ମୋତେ କହିଲେ – ‘ମୁଁ ଦେଖିବି ଯେ ତମକୁ ସ୍କୁଲରୁ ଯେମିତି ବହିଷ୍କାର କରାଯାଏ।’ ମୁଁ ପ୍ରଥମ ଥର ପାଇଁ ସେହି ଶବ୍ଦ ଶୁଣିଥିଲି। ଏହାର ଅର୍ଥ କ’ଣ ମୁଁ ମଧ୍ୟ ଜାଣି ନଥିଲି।”

ମେଡିକାଲ୍ କଣ୍ଡିସନ୍‌ ଚମତ୍କାର କରିଦେଲା:

ଅଭିନେତ୍ରୀ ଆହୁରି କହିଛନ୍ତି ଯେ ତାଙ୍କର ମେଡିକାଲ୍ କଣ୍ଡିସନ୍‌ ଯୋଗୁଁ ହିଁ ସେ ରାଜ କପୁରଙ୍କୁ ଭେଟିବାର ସୁଯୋଗ ପାଇଥିଲେ। “ବାସ୍ତବରେ ତାଙ୍କୁ କୁହାଯାଇଥିଲା ଯେ ଏକ ସୁନ୍ଦର ଝିଅ ଅଛନ୍ତି, ଯିଏ କୁଷ୍ଠରୋଗରେ ପୀଡ଼ିତ। ଏହିପରି ଏକ ଚମତ୍କାରରୁ ବହୁତ କିଛି ଲାଭ ହେଲା ଏବଂ ଏହିପରି ଭାବେ ମତେ ବବି ମିଳିଲା”। ସେ କହିଛନ୍ତି ଯେ “ଏହା ମୋ ଜୀବନର ସବୁଠାରୁ ଚମତ୍କାର ସମୟ ଥିଲା। ମୁଁ ଯାହା କିଛି କହୁଥିଲି ବା ଚାହୁଁଥିଲି ବା ଇଚ୍ଛା କରୁଥିଲି, ତାହା ହିଁ ହେଲା। ସେହି ମୁହୂର୍ତ୍ତଟି ଯାଦୁ ହିଁ ଥିଲା, ପୂରା ଚମତ୍କାର ଥିଲା।”