ଜାହ୍ନବୀ ଅସୁସ୍ଥ 

ବଲିଉଡର ଶ୍ରୀଦେବୀ ତନୟା ସୁନ୍ଦରୀ ଜାହ୍ନବୀ କପୂରଙ୍କ ଦେହ ଏବେ ଅସୁସ୍ଥ ହୋଇଥିବା ଜଣା ପଡିଛି । ତାଙ୍କ ଦେହ ଖରାପ ହେବା କାରଣରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ସୁସ୍ଥ ହୋଇ ନଥିବା ଜଣା ପଡିଛି । ଫଳରେ ବଲିଉଡର ଏହି ବୁଲବୁଲ ପ୍ରାୟ ୨ ଦିନ ହସ୍ପିଟାଲରେ ରହି ପାରନ୍ତି ବୋଲି କୁହାଯାଉଛି । ଏହି ଖବର ଜଣା ପଡିବା ପରେ ଜାହ୍ନବୀଙ୍କ ଫ୍ୟାନ୍ସ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।