ଛାଡପତ୍ର ଦେବେ ଉର୍ମିଳା

ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର ଛାଡପତ୍ର ନେବାକୁ ଯାଉଛନ୍ତି । ବିବାହର ୮ ବର୍ଷ ପରେ ଉର୍ମିଳା ସ୍ୱାମୀ ମୋହସିନଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ।୮ ବର୍ଷର ବିବାହ ପରେ ଉର୍ମିଳା ତାଙ୍କ ସ୍ୱାମୀ ମୋହସିନ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଉର୍ମିଳା ଛାଡ଼ପତ୍ର ମାମଲା ଦାୟର କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଏନେଇ ଉର୍ମିଳାଙ୍କ ଠାରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।ଉର୍ମିଳା ଏବଂ ମୋହସିନ୍ ଦୀର୍ଘ ଦିନ ହେବ ଆଉ ଏକାଠି ରହୁ ନାହାଁନ୍ତି । ଏବେ ଉର୍ମିଳା ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏନେଇ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି । ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।