ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଫିଲ୍ମ ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ
ରାଜ୍ୟ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଯୋଜକ ବିଜୟ ପଟ୍ଟନାୟକ ଆଉ ନାହାନ୍ତି । ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ବିଜୟଙ୍କ ବିୟୋଗରେ ସିନେ ଜଗତ ସହ ଜଡ଼ିତ ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ଟେକ୍ନିସିଆନ ଗଭୀର ଶୋକ ପ୍ରକାଶ କରିଛନ୍ତି ।