ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଯବାନ ଭାରତରେ ୫୦୦ କୋଟିରୁ ଅଧିକ ଟଙ୍କା ବିଜନେସ କରିଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏହି ମୁଭିଟି ୧୩ ଦିନରେ ଓ୍ବାର୍ଲଡ ଓ୍ବାଇଡ ୯୦୦ କୋଟି ଟଙ୍କା ସଂଗ୍ରହ କରିଛି। ଯବାନରେ ଶାହାରୁଖ ଖାନଙ୍କ ସହ ନୟନତାରା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ବଲିଉଡରେ ଡେବ୍ୟୁ କରି ଖୁସି ନୁହଁନ୍ତି ଏବଂ ବଲିଉଡ ଫିଲ୍ମରେ କାମ କରିବାର ମନୋବଳ ଆଉ ତାଙ୍କର ନାହିଁ ବୋଲି କୁହାଯାଉଛି।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ନୟନତାରା ଆଉ କୌଣସି ବଲିଉଡ ଫିଲ୍ମ କରିବା ମନୋଭାବରେ ନାହାଁନ୍ତି। କାରଣ ଏହି ମୁଭିରେ ତାଙ୍କର ଭୂମିକା କଟିଯାଇଥିବାରୁ ସେ ଯବାନଙ୍କ ନିର୍ଦ୍ଦେଶକ ଏଟଲି କୁମାରଙ୍କ ଉପରେ ରାଗିଛନ୍ତି।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post