ଚର୍ଚ୍ଚାରେ ଦୁଇଷ୍ଟାର

ସିନେମା ହଲ୍‌ରେ ହଇଚଇ ସୃଷ୍ଟି

ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ଅର୍ଜୁନ କପୁର ଓ ଅଭିନେତ୍ରୀ ଭୂମି ପେଡନେକର ଗତ କିଛି ଦିନ ହେବ ନିଜ ଅପ୍‌କମିଂ ଫିଲ୍ମ ‘ଦ ଲେଡ୍‌ କିଲର୍‌’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ତେବେ ଫିଲ୍ମ ମେକର୍ସ ଦୁହିଁଙ୍କ ଫ୍ୟାନ୍ସଙ୍କୁ ଏକ ବଡ ସର୍‌ପ୍ରାଇଜ୍‌ ଦେଇ ଫିଲ୍ମର ଟ୍ରେଲର ରିଲିଜ୍‌ କରିଛନ୍ତି । ଫିଲ୍ମର ଟ୍ରେଲର ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମଟି ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିବ ।ଟ୍ରେଲର୍‌ ଆରମ୍ଭ ଅର୍ଜୁନ କପୁରଙ୍କ ଠାରୁ ହୋଇଛି । ଷ୍ଟୋରୀରେ ଦେଖିବା ପାଇଁ ମିଳିଛି ଯେ ଅର୍ଜୁନ କପୁର ଏକ ନୂଆ ସହରକୁ ରହିବା ପାଇଁ ଯାଇଛନ୍ତି । ସେଠାରେ ସେ ଅଭିନେତ୍ରୀ ଭୂମି ପେଡନେକରଙ୍କ ସହ ତାଙ୍କ ଦେଖା ହେଉଛି । ତେବେ ଟ୍ରେଲରରେ ଅର୍ଜୁନ କପୁର ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ଏବଂ ଭୂମି ମଧ୍ୟ ଜବରଦସ୍ତ ଲୁକ୍‌ରେ ନଜର ଆସୁଛନ୍ତି । ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହେବା ମାତ୍ରେ ଏହାକୁ ଦର୍ଶକ ବହୁତ ହିଁ ପସନ୍ଦ କରୁଛନ୍ତି ।