ଗତ ବର୍ଷ ଫିଲ୍ମ ବିକ୍ରମରୁ ଦମଦାର କମ୍ ବ୍ୟାକ୍ କରିଥିବା କମଲ ହାସନ ପୁଣି ଚର୍ଚ୍ଚାରେ ଅଛନ୍ତି । ଭାରତୀୟ ସିନେମାରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କମଲ ହାସନଙ୍କୁ କୌଣସି ପୁରଷ୍କାର ମିଳିବା ସାଧାରଣ କଥା । ତାଙ୍କର ଅଭିନୟର ଟ୍ୟାଲେଣ୍ଟ ପାଇଁ ସେ ଘରେ ଘରେ ପରିଚିତ । କିନ୍ତୁ ଏଥର ତାଙ୍କୁ ମିଳିଥିବା ପୁରଷ୍କାର ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।କମଲ ହାସନଙ୍କ ଅଭିନୟର କଳା ସମସ୍ତଙ୍କ ପାଇଁ ପ୍ରଶ୍ନ ସୃଷ୍ଟି କରେ । ତାଙ୍କର ଚମତ୍କାର ଅଭିନୟରେ ଫ୍ୟାନ୍ସମାନେ ମୋହିତ ହୋଇଯାନ୍ତି । ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ ଆକର୍ଷିତ କରନ୍ତି । ଅନେକ ଭାଷାରେ ଫିଲ୍ମ କରିଥିବା କମଲ ଭାରତନାଟ୍ୟମ ଡ୍ୟାନ୍ସର ଭାବେ ମଧ୍ୟ ବେଶ ଜଣାଶୁଣା । ଡାଇରେକ୍ସନ, ସ୍କ୍ରିନ୍ ପ୍ଲେ ରାଇଟିଙ୍ଗ ଏବଂ ଷ୍ଟୋରୀ ଲେଖିବା ପାଇଁ ମଧ୍ୟ ତାଙ୍କୁ ଅନେକ ପୁରଷ୍କାର ମିଳିଛି । କିନ୍ତୁ ଏଥର ତାଙ୍କୁ ଯେଉଁ ପୁରଷ୍କାର ମିଳିଛି ତାହା ସମ୍ପୂର୍ଣ୍ଣ ଭିନ୍ନ । SIIMA ବା ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ଵାର୍ଡରେ କମଲ ହାସନଙ୍କୁ ବିକ୍ରମ ଚଳଚ୍ଚିିତ୍ର ପାଇଁ ବେଷ୍ଟ ଆକ୍ଟର ଆଓ୍ଵାର୍ଡ ମିଳିଛି । ଏହା ସହିତ ସେ ଫିଲ୍ମରେ ଏକ ଗୀତ ଗାଇଥିଲେ, ଯେଉଁଥିପାଇଁ ତାଙ୍କୁ ବେଷ୍ଟ ସିଙ୍ଗର ଆଓ୍ଵାର୍ଡ ମିଳିଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ