ରଣବୀରଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ରଶ୍ମିକା ମନ୍ଧାନା। ସୂଚନା ଅନୁଯାୟୀ, ସାଉଥ ଅଭିନେତ୍ରୀ ରଶ୍ମିକା ଖୁବ ଶୀଘ୍ର ଏକ ବଲିଉଡ ମୁଭିରେ ନଜର ଆସିବେ। ଏଥର ରଶ୍ମିକା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ହେଉଛନ୍ତି ଆଗାମୀ ମୁଭି ଆନିମଲର ମୁଖ୍ୟ ନାୟିକା। ସେ ଏହି ମୁଭିରେ ଗୀତାଞ୍ଜଳି ଭୂମିକାରେ ନଜର ଆସିବେ। ଶନିବାର ଆନିମଲରୁ ରଶ୍ମିକାଙ୍କର ଫାଷ୍ଟ ଲୁକ ରିଲିଜ ହୋଇଛି। ଏହି ଅଭିନେତ୍ରୀ ଏକ ସିଲ୍କ ଶାଢୀ ପିନ୍ଧି ବହୁତ ସଂସ୍କାରି ଅବତାରରେ ନଜର ଆସିଛନ୍ତି। ରଶ୍ମିକାଙ୍କ ଏହି ଲୁକ ଦେଖି ପ୍ରଶଂସକମାନେ ଖୁବ ଇମ୍ପ୍ରେସ ହୋଇଛନ୍ତି।ଗତ କିଛି ଦିନ ହେବ ନିର୍ମାତାମାନେ ‘ଆନିମଲ’ର ପୋଷ୍ଟର ଜାରି କରିଛନ୍ତି। ରଣବୀର କପୁରଙ୍କ ଲୁକ ପ୍ରଥମେ ସାମ୍ନାକୁ ଆସିଥିଲା। ଏହା ପରେ ଭେଟେରାନ ଅଭିନେତା ଅନିଲ କପୁରଙ୍କ ଫାଷ୍ଟ ଲୁକ ଦେଖିବାକୁ ମିଳିଥିଲା। ଅନିଲ କପୁରଙ୍କ ପରେ ଏବେ ଫିଲ୍ମରୁ ରଶ୍ମିକାଙ୍କ ଲୁକ ରିଭିଲ କରାଯାଇଛି। ଅଭିନେତ୍ରୀ ଖୁବ ଟ୍ରାଡିଶନାଲ ଦେଖାଯାଉଛନ୍ତି। ମୈରୁନ ସିଲ୍କ ଶାଢୀ ସହ ନଜର ଝୁକାଏଁ ଏକଦମ ଭାରତୀୟ ନାରୀ ଲୁକରେ ରଶ୍ମିକାଙ୍କ ଲୁକ ସ୍ପଷ୍ଟ ବାରି ହୋଇ ଯାଉଛି। ରଣବୀର କପୁରଙ୍କ ସହ ରଶ୍ମିକାଙ୍କ ଯୋଡି ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି କବୀର ସିଂ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା। ନିର୍ମାତାମାନେ ଅନିଲ କପୁରଙ୍କ ବଲବୀର ସିଂଙ୍କ ଚରିତ୍ରରେ ଫାଷ୍ଟ ଲୁକ ପୋଷ୍ଟର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅନିଲ କପୁରଙ୍କୁ ମଧ୍ୟ ବହୁତ ରଫ-ଟଫ ଲୁକରେ ଦେଖିବାକୁ ମିଳିଥିଲା। ନିର୍ମାତାମାନେ ଫିଲ୍ମର କାହାଣୀକୁ ନେଇ ସସପେନ୍ସ ବଜାୟ ରଖିଛନ୍ତି।ଏହାପୂର୍ବରୁ ‘ଆନିମଲ’ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ‘ଯବାନ’ ସହିତ ଟକ୍କର ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଏହା ଡିସେମ୍ବର ୧ରେ ରିଲିଜ ହେବ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post