ବଲିଉଡ୍ ସେଲିବ୍ରିଟିମାନେ ଅଭିନୟ ସହ ବିଭିନ୍ନ ବ୍ୟବସାୟରେ ମଧ୍ୟ ଅର୍ଥ ବିନିଯୋଗ କରିଛନ୍ତି। କେତେକ ଖାଦ୍ୟ ପ୍ରତି ଭଲପାଇବା ହେତୁ ହେଉ କିଂବା ଅନ୍ୟ କାରଣରୁ ଦେଶ ବିଦେଶରେ ରେସ୍ତୋରାଁ ଖୋଲିଛନ୍ତି। କଳାକାରରୁ ରେସ୍ତୋରାଁ ମାଲିକ ବନିଥିବା ଅଭିନେତ୍ରୀଙ୍କ ତାଲିକା ବି ଛୋଟ ନୁହେଁ। ବଲିଉଡ୍ର ଲୋକପ୍ରିୟ ଚେହେରା ରାକୁଲ୍ ପ୍ରୀତ୍ ସିଂହ ନିକଟରେ ‘ଆରମ୍ଭ’ ନାମରେ ଏକ ରେସ୍ତୋରାଁ ଖୋଲିଛନ୍ତି। ହାଇଦ୍ରାବାଦରେ ନୂଆ କରି ଖୋଲିଥିବା ଏହି ରେସ୍ତୋରାଁରେ ସେ ‘ମିଲେଟ୍’ ବା ମାଣ୍ଡିଆ ଜାତୀୟ ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଉପରେ ବେଶ୍ ଗୁରୁତ୍ବ ଦେଇଛନ୍ତି। ରାକୁଲ୍ଙ୍କ ପରି ଅଭିନେତ୍ରୀ ସନ୍ନି ଲିଓନି ବି ଏକ ରେସ୍ତୋରାଁ ଖୋଲିଛନ୍ତି। ସେ ଏହାର ନାମ ରଖିଛନ୍ତି ‘ଚିକା ଲୋକା’। ଉତ୍ତର ପ୍ରଦେଶର ନୋଇଡ଼ାରେ ଖୋଲିଥିବା ତାଙ୍କର ଏହି ରେସ୍ତୋରାଁକୁ ସେ ପରବର୍ତ୍ତୀ ସମୟରେ ହାଇଦ୍ରାବାଦ୍, ଗୋଆ ଓ ପଞ୍ଜାବରେ ଖୋଲିବାର ଯୋଜନା କରିଛନ୍ତି। ସନ୍ନିଙ୍କ ରେସ୍ତୋରାଁରେ ଏସୀୟ ଖାଦ୍ୟର ବିଶେଷ ଗୁରୁତ୍ବ ରହିଛି।
ସେହିପରି ଯୋଗ କୁଇନ୍ ଶିଳ୍ପା ସେଟ୍ଟୀ ‘କ୍ଲବ୍ ରୟାଲିଟି’ ନାମରେ ଏକ ରେସ୍ତୋରାଁର ମାଲିକାଣୀ।ମୁମ୍ବାଇରେ ଖୋଲିଥିବା ଏହି ରେସ୍ତୋରାଁଟି ବିଶେଷ କରି ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ‘ହେଲ୍ଦି ଫୁଡ୍’ ପରଷିଥାଏ। ଉଲ୍ଲେଖଯୋଗ୍ୟ କଥାଟି ହେଲା ଏହି ରେସ୍ତୋରାଁର ସବୁକିଛି ବୁଝାବୁଝି ନିଜେ ଶିଳ୍ପା କରନ୍ତି। ‘ନାଗିନ୍’ ଫେମ୍ ମୌନୀ ରୟ ଓ ସୁପର୍ଷ୍ଟାର୍ ଶାହରୁଖ୍ ଖାନ୍ଙ୍କ ପତ୍ନୀ ତଥା ଇଣ୍ଟିରିୟର୍ ଡିଜାଇନର୍ ଗୌରୀ ଖାନ୍ ବି ଏହି ତାଲିକାରେ ନିଜ ନାମ ଲେଖାଇ ସାରିଛନ୍ତି। ମୌନୀଙ୍କ ରେସ୍ତୋରାଁର ନାମ ‘ବଦ୍ମାସ୍’ ଓ ଗୌରୀଙ୍କ ରେସ୍ତୋରାଁର ନାମ ‘ଟ୍ରୋଇ’। ସେହିପରି ଅଭିନେତ୍ରୀ ପେରିଜାଦ୍ ଜୋରାବିଆନ୍ଙ୍କର ମୁମ୍ବାଇରେ ‘ଗୋଣ୍ଡୋଲା’ ନାମରେ ଏକ ରେସ୍ତୋରାଁ ରହିଛି। ବଲିଉଡ୍ରୁ ହଲିଉଡ୍ ଯାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବି ନିକଟରେ ରେସ୍ତୋରାଁ ବ୍ୟବସାୟରେ ପାଦ ରଖିସାରିଛନ୍ତି। ସେ ନ୍ୟୁୟର୍କରେ ‘ସୋନା’ ନାମରେ ଏକ ଭାରତୀୟ ରେସ୍ତୋରାଁ ଖୋଲିଛନ୍ତି। ଏଠାରେ ସ୍ବାସ୍ଥ୍ୟପ୍ରଦ ଭାରତୀୟ ଖାଦ୍ୟ ପରଷା ଯାଉଛି।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
Prev Post
Next Post