କପୁର ପରିବାରରେ ବାଜିବ ସାହାନାଇ

ଖୁବ ଶୀଘ୍ର ‘କପୁର ପରିବାର’ରେ ବି ସାହାନାଇ ବାଜିବାକୁ ଯାଉଛି।ହଁ! ଅନିଲ କପୁର ଗାଲାଟା ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ କପୁର ପରିବାରରେ କାହାର ବିବାହ ହେବାକୁ ଯାଉଛି। ବାର୍ତ୍ତାଳାପ ସମୟରେ ଅନିଲ କପୁର କହିଛନ୍ତି – ଆଶା କରୁଛି ଏହା ଅର୍ଜୁନଙ୍କର ହେବ। ତଥାପି ଅର୍ଜୁନଙ୍କ ଦୁଲହନ କିଏ ହେବ ତାହା କହିବା କଷ୍ଟକର।