ହଲ୍କୁ ଆସୁଛି ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ: ‘ଆନିମଲ’ ଏବଂ ‘ସାମ୍ ବାହାଦୁର’। ଏ ଫିଲ୍ମ ଦୁଇଟି ରିଲିଜ୍ ହେବା ପୂର୍ବରୁ ଏଗୁଡ଼ିକର ଟ୍ରେଲର ଓ ଗୀତକୁ କୋଟି କୋଟି ଦର୍ଶକ ଦେଖି ସାରିଛନ୍ତି। ସାରା ଦେଶରେ ଏହାକୁ ନେଇ ଉତ୍ସାହ ଲାଗି ରହିଥିବା ବେଳେ ସେଥିରୁ ବାଦ୍ ପଡ଼ିନି ଓଡ଼ିଶା। ବିଶେଷ କରି ଭୁବନେଶ୍ବରର ବିଭିନ୍ନ ହଲ୍ରେ ଆଗୁଆ ବୁକିଂ ଦର୍ଶକଙ୍କ ଉତ୍ସାହକୁ ଦର୍ଶାଉଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଫିଲ୍ମ ‘ଆନିମଲ୍’ର କ୍ରେଜ୍ ସାରା ଦେଶରେ ଆଗରେ ରହିଛି। ରଣବୀର କପୁରଙ୍କ ସହ ଦକ୍ଷିଣୀ ନାୟିକା ରଶ୍ମିକା ମନ୍ଦାନା, ବବି ଦେଓଲ ଓ ଅନିଲ କପୁର ଆଦି ଅଭିଜ୍ଞ କଳାକାର ‘ଆନିମଲ୍’ରେ ଅଛନ୍ତି। ସେଥିରେ ଦାଢ଼ି ରଖିଥିବା ଉଭୟ ରଣବୀର ଓ ବବିଙ୍କ ଗେଟ୍ଅପ୍ ଚର୍ଚ୍ଚିତ ହୋଇଛି। ଭୁବନେଶ୍ବରର ୮ଟି ସିନେମା ହଲ୍ରେ ପ୍ରତିଦିନ ‘ଆନିମଲ୍’ର ୭୭ଟି ସୋ’ ରହିଥିବା ବେଳେ ଏସ୍ପ୍ଲାନେଡ୍ରେ ସର୍ବାଧିକ ୨୦ଟି ସୋ’ ଅଛି। ନେକ୍ସସ୍ ଏସ୍ପ୍ଲାନେଡ୍ରେ ସକାଳ ୮ଟା ୪୦ରୁ ରାତି ୯ଟା ୫୫ ଯାଏ ସର୍ବାଧିକ ୨୦ଟି ସୋ’, ଡିଏନ୍ ରେଗାଲିଆରେ ସକାଳ ୯ରୁ ରାତି ୧୦ଟା ୪୫ ଯାଏ ୧୧ଟି ସୋ’, ବିଏମ୍ସି ଭବାନୀ ମଲ୍ରେ ସକାଳ ୮ଟାରୁ ରାତି ୧୧ଟା ଯାଏ ୧୦ଟି ସୋ’, ସିମ୍ଫୋନୀ ମଲ୍ରେ ସକାଳ ୯ରୁ ରାତି ୧୦ଟା ୪୫ ଯାଏ ୯ଟି ସୋ’, ଉତ୍କଳ ଗାଲେରିଆରେ ସକାଳ ୮ଟା ୧୫ରୁ ରାତି ୧୦ଟା ୪୫ ଯାଏ ୧୨ଟି ସୋ’, ମହାରାଜାରେ ସକାଳ ୭ଟାରୁ ରାତି ୧୦ଟା ୧୦ ଯାଏ ୫ଟି, କେଶରୀରେ ସକାଳ ୭ରୁ ରାତି ୯ଟା ୫୦ ଯାଏ ୫ଟି ଏବଂ ସ୍ବାତୀରେ ସକାଳ ୭ରୁ ରାତି ୧୦ଟା ୨୦ ଯାଏ ୫ଟି ସୋ’ ରହିଛି। ‘ସାମ୍ ବାହାଦୁର’ ଅପେକ୍ଷା ‘ଆନିମଲ୍’ର ଟିକେଟ୍ ଦାମ୍ ମଧ୍ୟ ଅଧିକ ରହିଛି।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post