ଅଭିନେତା ଶ୍ରେୟସ୍ ତଲପଡ଼େଙ୍କୁ ହୃଦ୍ଘାତ
ହୃଦ୍ଘାତରେ ପୀଡ଼ିତ ହୋଇଥିବା ବଲିଉଡ୍ ଅଭିନେତା ଶ୍ରେୟସ୍ ତଲପଡ଼େଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି।ଗୁରୁବାର ସନ୍ଧ୍ୟା ବେଳେ ଶ୍ରେୟସ୍ଙ୍କର ହୃଦ୍ଘାତ ହେବାରୁ ତାଙ୍କୁ ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀ ଅଞ୍ଚଳରେ ଥିବା ବେଲିଭ୍ୟୁ ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ପରେ ରାତି ୧୦ଟାରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଗଲା। ଏଥିପାଇଁ କରାଯାଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ସେ ଭଲ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।