ଅଡ଼ୁଆରେ ତମନ୍ନା
ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ତମନ୍ନାଙ୍କୁ ସମନ୍ ପଠାଯାଇଛି । ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏହି ଏଜେନ୍ସି ପକ୍ଷରୁ ସମନ୍ କରାଯାଇଥିଲା । ବର୍ତ୍ତମାନ ତମନ୍ନା ମଧ୍ୟ ଏହି ଜାଲରେ ଛନ୍ଦି ହୋଇଛନ୍ତି । ଆଇପିଏଲ ମ୍ୟାଚ ଷ୍ଟ୍ରିମିଙ୍ଗ ମାମଲାରେ ପଚରାଉଚରା କରିବା ପାଇଁ ତମନ୍ନାଙ୍କୁ ସମନ୍ ପଠାଇଛି ମହାରାଷ୍ଟ୍ର ସାଇବର ସେଲ୍ । ତେଣୁ ଆସନ୍ତା ଏପ୍ରିଲ ୨୯ ତାରିଖରେ ତମନ୍ନାଙ୍କୁ ଉପସ୍ଥିତ ହେବା ପାଇଁ କୁହାଯାଇଛି ।ବେଆଇନ୍ ଭାବରେ ଆଇପିଏଲ ମ୍ୟାଚ ଷ୍ଟ୍ରିମିଙ୍ଗ କରବାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆ । ଏ ନେଇ ମହାରାଷ୍ଟ୍ର ସାଇବର ସେଲ୍ ତାଙ୍କୁ ପଚରାଉଚରା ପାଇଁ ସମନ୍ ପଠାଇଛି । ଆସନ୍ତା ୨୯ ତାରିଖରେ ତମନ୍ନାଙ୍କୁ ସାଇବର ବ୍ରାଞ୍ଚରେ ଉପସ୍ଥିତ ହେବା ପାଇଁ ନୋଟିସ ଦିଆଯାଇଛି । ଫେୟାରପ୍ଲେ ଆପରେ ଆଇପିଏଲ ମ୍ୟାଚର ଷ୍ଟ୍ରିମିଙ୍ଗ କରୁଥିବା ମାମଲାରେ ତମନ୍ନାଙକୁ ଜେରା କରିବ ମହାରାଷ୍ଟ୍ର ସାଇବର ସେଲ୍ । ରିପୋର୍ଟ ଅନୁସାରେ, ଏଭଳି କାର୍ଯ୍ୟ ପାଇଁ ଭାୟାକମ୍ ୧୮କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।