ମହିଳା ସଂରକ୍ଷଣ ବିଲକୁ ନେଇ ପ୍ରଶଂସା କଲେ କଙ୍ଗନା ରାନାୱତ ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଆଜି ନୂଆ ସଂସଦ ଭବନରେ ଦେଖିବାକୁ ମିଳିଥିଲା । ସେ ମହିଳା ସଂରକ୍ଷଣ ବିଲକୁ ନେଇ ଉତ୍ସାହିତ ଥିବା କହିଛନ୍ତି । ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ସେ ବ୍ୟସ୍ତ ଥିବା କହିଛନ୍ତି । ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ସେ ଏବେ ଫିଲ୍ମର ପ୍ରଚାର କରିବାରେ ବ୍ୟସ୍ତ ବୋଲି ଜଣାଇଛନ୍ତି। ଏମଧ୍ୟରେ କଙ୍ଗନା ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ କରି ୧୨ମାସ ଭିତରେ ସେ ଚାପରେ ରହିଥିବା କହିଛନ୍ତି । ତେବେ ସମୟକୁ ଅପେକ୍ଷା କରିବା ସହ ଆଗକୁ ବଢ଼ିବାକୁ ହେବ ବୋଲି ସେ ପୋଷ୍ଟରେ ଲେଖିଛନ୍ତି ।