ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ

ଆରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍‌ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରେ ମହାଦେବନ୍‌ ଲେଖିଛନ୍ତି, ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆମ ବାପା ଦିଲ୍ଲୀ ଗଣେଶଙ୍କ କାଲି ରାତି ୧୧ଟାରେ ପରଲୋକ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସିନେମାଜଗତରେ ଶୋକର ଛାୟା ଖେଳିଯାଇଛି।