ସୋସିଆଲ ମିଡିଆ ୟୁଜର୍ସଙ୍କ ଟ୍ରୋଲ୍‌ର ଶିକାର ହେଉଛନ୍ତି ଉଦିତ ନାରାୟଣ

ଗାୟକ ଉଦିତ୍‌ ନାରାୟଣ ମଞ୍ଚରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଇ ବିବାଦଘେରକୁ ଆସିଛନ୍ତି। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ଯୁବତୀ ତାଙ୍କ ସହ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଉଦିତ୍‌ ଯୁବତୀ ଜଣକ ସହ ସେଲ୍‌ଫି ଉଠାଇ ତାଙ୍କୁ ଏକ ଚୁମ୍ବନ ଦେଇଥିଲେ। ଏହାର କିଛି ଭିଡିଓ ଏବେ ଭାଇରାଲ ହେଉଛି। ଯୁବତୀଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ଦର୍ଶାଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଉଦିତଙ୍କୁ ଟ୍ରୋଲ୍‌ କରିଛନ୍ତି। ଏହାସହ କିଛି ୟୁଜର୍ସ ଉଦିତଙ୍କର କିଛି ପୁରୁଣା ଭିଡିଓକୁ ଶେୟାର କରିବାରେ ଲାଗିଛନ୍ତି, ଯେଉଁଥିରେ ସେ ମହିଳା ସଙ୍ଗୀତଜ୍ଞ ଅଲ୍‌କା ୟାଗ୍ନିକ, ଶ୍ରେୟା ଘୋଷାଲ ଏବଂ ଅଭିନେତ୍ରୀ କରିଶ୍ମା କପୁରଙ୍କୁ ଚୁମ୍ବନ ଦେଉଥିବାର ନଜରକୁ ଆସିଛନ୍ତି। ଉକ୍ତ ଭିଡିଓଗୁଡ଼ିକରେ ଉଦିତଙ୍କ ଚୁମ୍ବନ ପରେ ମହିଳା କଳାକାରମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅସହଜ ଅନୁଭବ କରୁଛନ୍ତି ବୋଲି କହି ବହୁ ୟୁଜର୍ସ ଉଦିତଙ୍କୁ ସମାଲୋଚନା କରିଛନ୍ତି।