‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ ସହ ଜଡ଼ିତ ବ୍ଲଗର କମେଡି ମାମଲାରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ଆଶିଷଙ୍କ ଆବେଦନ ଉପରେ ସୋମବାର ଅର୍ଥାତ୍ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରଣବୀରଙ୍କୁ ଗୁଆହାଟୀ ପୋଲିସ ସାମ୍ନାରେ ଯାଞ୍ଚ ପାଇଁ ହାଜର ହେବାକୁ ସୁପ୍ରିମକୋର୍ଟ କହିଛନ୍ତି । ରଣବୀରଙ୍କ ଓକିଲଙ୍କ ଅନୁରୋଧ କ୍ରମେ ତାଙ୍କର କୌଣସି ଶୋ’କୁ ପ୍ରସାରିତ କରିବା ଉପରେ ଲାଗିଥିବା ରୋକ୍ କୁ ହଟାଇଛନ୍ତି କୋର୍ଟ । କିନ୍ତୁ ସର୍ତ୍ତ ରଖିଛନ୍ତି କି, ସମସ୍ତ ବୟସ ବର୍ଗର ଦେଖିବା ଯୋଗ୍ୟ କଣ୍ଟେଣ୍ଟ ହିଁ ପ୍ରସ୍ତୁତ କରାଯିବା ଉଚିତ୍ । କେନ୍ଦ୍ର ସରକାରଙ୍କୁ ଅଶ୍ଲୀଳ ସାମଗ୍ରୀ ଉପରେ ନିୟନ୍ତ୍ରଣ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି ।