ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ‘ଦି କାଶ୍ମୀର ଫାଇଲ୍ସ’
ମେଟ୍ରୋ ଟିଭି ଓଡିଶା (୧୪ .୩ . ୨୦୨୨) :
ମାର୍ଚ୍ଚ ୧୧ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘‘ଦି କାଶ୍ମୀର ଫାଇଲ୍ସ’ ଏବେ ଦେଶରେ ବେଶ ପ୍ରଶଂସା ସାଉଁଟୁଛି। ଏହା ରିଲିଜ୍ ହେବା ସହିତ ଚଳଚ୍ଚିତ୍ରଟି ଅନେକ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା, ପ୍ରେକ୍ଷାଳୟରେ ଏହା ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ବିବାଦ ଘେରି ରହିଥିଲା । ମାତ୍ର ଚଳଚ୍ଚିତ୍ରଟି ରିଲିଜ୍ ହେବା ଦିନଠାରୁ ଆଶା କରାଯାଉଥିବା ଠାରୁ ଭଲ ପ୍ରଦର୍ଶନ କରୁଛି । ଏହି କ୍ରମରେ, ଚଳଚ୍ଚିତ୍ରଟି ରବିବାର ଦିନ ଏହାର ବକ୍ସ ଅଫିସରେ ଏକ ନୂତନ ସ୍ଥାନ ହାସଲ କରିଛି ।

ରବିବାର ଏହାର ରେକର୍ଡକୁ ଦୃଷ୍ଟି ରଖି କୁହାଯାଉଛି, ବିବେକ ଅଗ୍ନିହୋତ୍ରୀଙ୍କ ଏହି ଚଳଚ୍ଚିତ୍ର ଛୁଟିଦିନର ସମ୍ପୂର୍ଣ୍ଣ ଲାଭ ପାଇଛି । ଏହି ଚଳଚ୍ଚିତ୍ର ରବିବାର ଦିନ ପ୍ରାୟ ୧୪ କୋଟି ଆୟ କରିଛି। ରବିବାର ହୋଇଥିବା ଆୟ ପରେ ଏହା ନିଜେ ହିଁ ନିଜର ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛି। କରୋନା ପରେ ଏହା ପ୍ରଥମ ସୁପରହିଟ୍ ଚଳଚ୍ଚିତ୍ର ବୋଲି କୁହାଯାଉଛି।

୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ୩.୨୫ କୋଟି ଆୟ କରିଥିଲା। ଶନିବାର ଦିନ ଏହା ୧୦୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୮.୨୫ କୋଟି ଆୟ କରିଥିଲା। ଏହାପରେ ରବିବାର ସମସ୍ତ ରେକର୍ଡ ଭାଙ୍ଗି ସବୁ ବିବାଦ ଓ ସମାଲୋଚନା ପରେ ୧୪ କୋଟି ଟଙ୍କା ସଂଗ୍ରହ କରିଛି।