ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍ସନ୍ଙ୍କ ପରଲୋକ
ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍ସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନଭେମ୍ବର ୪ ତାରିଖ ସୋମବାର କାଲିଫର୍ଣ୍ଣିଆସ୍ଥିତ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ନିଶ୍ଚିତ କରିଛନ୍ତି ଯେ ବୃଦ୍ଧାବସ୍ଥାରେ ତାଙ୍କର ଭଲ ଭାବରେ ଯତ୍ନ ନିଆଯାଉଥିଲା ଏବଂ ସୋମବାର ଶାନ୍ତିରେ ତାଙ୍କର ପରଲୋକ ଘଟିଛି। ଅଫିସିଆଲ ମିସ୍ ୱାର୍ଲ୍ଡ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ଘୋଷଣା କରାଯାଇଛି।