୨୩ ରେ ବିବାହ କରିବେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ସେମାନଙ୍କ ବିବାହ ତାରିଖ ନିଶ୍ଚିତ କରିଛନ୍ତି। ସେମାନଙ୍କ ବିବାହ ନିମନ୍ତ୍ରଣ ମଧ୍ୟ ଜାରି କରିଛନ୍ତି। ଦମ୍ପତି ଜୁନ୍ ୨୩ ତାରିଖରେ ମୁମ୍ବାଇରେ ବିବାହ କରିବେ। ସେମାନଙ୍କ ବିବାହ ଖବର ପ୍ରଥମେ ଇଣ୍ଡିଆ ଟୁଡେ ଦ୍ୱାରା ନିଶ୍ଚିତ କରାଯାଇଥିଲା।ବିବାହ ନିମନ୍ତ୍ରଣ ପତ୍ର ଏକ ପତ୍ରିକାର କଭର ପରି ଡିଜାଇନ୍ କରାଯାଇଛି। ସେ ସେଥିରେ ଲେଖିଛନ୍ତି ଯେ ‘‘ଯେଉଁ ଗୁଜବ ଏତେ ଦିନ ଧରି ପ୍ରକାଶା ପାଉଥିବା ସେସବୁ ସତ। ଆମେ ଏହାକୁ ଆନୁଷ୍ଠାନିକ କରୁଛୁ। ଡ୍ରେସ୍‌ କୋର୍ଡ ଫାର୍ମାଲ ଓ ଫେଷ୍ଟିଭ୍‌ ହେବା ଜରୁରୀ। କୌଣସି ବି ମତେ ନାଲି ପୋଷାକ ପରିଧାନ କରନ୍ତୁ ନାହିଁ।’’ ଏହା ସହିତ ବିବାହ ତାରିଖ ଜୁନ୍‌ ୨୩ ଓ ସ୍ଥାନ ‘ବାଷ୍ଟିଆନ୍ ଆଟ୍‌ ଦ ଟପ୍‌’ ବୋଲି ଲେଖାଯାଇଛି।ପୂର୍ବରୁ ଅଭିନେତ୍ରୀଙ୍କ ପିତା ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ଭାଇ ଲଭ୍ ସିହ୍ନା ଏହି ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ପରେ ସୋନାକ୍ଷୀ ମଧ୍ୟ ଏହି ଗୁଜବ ବିଷୟରେ ଏବେ ଖୋଲିକି ନିଜର ମତ ରଖିଥିଲେ।