‘ମନ୍ନତ’ରେ ପ୍ରବେଶ କଲେ ୨ ଯୁବକ

ମୁମ୍ବାଇ: ଶାହାରୁଖ୍‌ ଖାନ୍‌ ମୁମ୍ବାଇସ୍ଥିତ ବଙ୍ଗଳା ‘ମନ୍ନତ୍’ରେ ୨ଜଣ ଯୁବକ ପ୍ରବେଶ କରିଥିବା ପୁଲିସ କହିଛି। ବାନ୍ଦ୍ରା ପୁଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବାହାର ପାଚେରି ଚଢ଼ି ‘ମନ୍ନତ’ ପରିସରକୁ ପ୍ରବେଶ କରିଥିବା ୨ଜଣ ଯୁବକଙ୍କୁ ‘ସିକ୍ୟୁରିଟି ଗାର୍ଡ’ମାନେ ଧରି ପକାଇଥିଲେ। ପୁଲିସ ତଦନ୍ତରୁ ଜଣାଡ଼ିଛି ଯେ, ୧୯ରୁ ୨୦ ବର୍ଷ ବୟସ୍କ ଯୁବକଦ୍ବୟ କହିଛନ୍ତି ଯେ, ସେମାନେ ଗୁଜରାଟ ଅନ୍ତର୍ଗତ ସୁରତ ବାସିନ୍ଦା ଏବଂ ‘ପଠାନ୍‌’ ଷ୍ଟାର୍‌ଙ୍କୁ ଭେଟିବା ପାଇଁ ଇଚ୍ଛୁକ।