ବିଫଳତା ପରେ ବାଥରୂମରେ କାନ୍ଦିଲେ ଶାହାରୁଖାଁ

ଶାହରୁଖ ଖାଁଙ୍କୁ କିଏ ବା ପସନ୍ଦ ନକରେ ଘରେ ଘରେ ତାଙ୍କର ଫ୍ୟାନ୍ସ ରହିଥାନ୍ତି । ବଲିଉଡର ଅନ୍ୟତମ ସଫଳ ଅଭିନେତା ତାଙ୍କ ନିକଟରେ ଷ୍ଟାରଡମ ସହିତ ଅନେକ ସମ୍ପତ୍ତି ମଧ୍ୟ ନିଜ ନାମରେ କରିଥିଲେ ମଧ୍ୟ ଅନେକ ସମୟରେ ବିଫଳତାର ସ୍ୱାଦ ଚାଖିଛନ୍ତି। କୌଣସି ବିଫଳତା ପରେ କିପରି ଶାହରୁଖ ଏହାର ସାମ୍ନା କରନ୍ତି ତାହା ସେ କହିଛନ୍ତି, ଦୁବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହରୁଖ ତାଙ୍କର ଅନୁଭୂତି ଶେୟାର କରି କହିଛନ୍ତି ଏବଂ କିପରି ସେ ଏହି ମୁହୂର୍ତ୍ତରେ ନିଜକୁ ସମ୍ଭାଳିବା ସହିତ ଆଗକୁ ବାଢ଼ିଛନ୍ତି । ସେ କହିଛନ୍ତି, “ମୁଁ ଏହା ବିଫଳତାକୁ  ଅନୁଭବ କରିବାକୁ ଘୃଣା କରେ ଏବଂ ତା’ପରେ ମୁଁ ମୋ ବାଥରୁମରେ ବହୁତ କାନ୍ଦେ । ମୁଁ ଏହାକୁ କାହା ଆଗରେ ପ୍ରକାଶ କରେ ନାହିଁ।”