ହାନିଆଙ୍କୁ ବିବାହ କରିବେ ସଲମାନ

ପାକିସ୍ତାନୀ ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ସଲମାନ | କୁଇନ ଭାବରେ ପ୍ରସିଦ୍ଧ ରାଖୀ ସାୱନ୍ତ କହିଛନ୍ତି ଯେ ସେ ସଲମାନ ଖାନଙ୍କ ପାଇଁ ଜଣେ ଝିଅ ଏବଂ ନିଜ ପାଇଁ ଜଣେ ଭାବୀଙ୍କୁ ବାଛିଛନ୍ତି। ନିକଟରେ ରାଖୀ ସାୱନ୍ତ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସଲମାନ ଏବଂ ହାନିଆଙ୍କ ସହିତ ଯୋଡି ହେଉଥିବାର ନଜର ଆସିଛନ୍ତି।

ରାଖୀ ସାୱନ୍ତ କହୁଛନ୍ତି, ସଲମାନ ଭାଇ ମୁଁ ମୋ ଭାବୀ ଭାବେ ହାନିଆ ଅମିର କୁ ବାଛିଛି। ସଲମାନ ମୋ ଭାଇ ଏବଂ ହାନିଆ ମୋର ଭାଉଜ, ପାକିସ୍ତାନରୁ। ହାନିଆଙ୍କୁ ବଲିଉଡକୁ ଆସି ସଲମାନ ଖାନଙ୍କ ସହ କାମ କରିବା ଉଚିତ। ରାଖୀ କହିଛନ୍ତି ଯେ ଯେପରି ବଜରଙ୍ଗୀ ଭାଇଜାନ ଭାରତ-ପାକିସ୍ତାନ ଉପରେ ଥିଲା, ସେହିପରି ପାକିସ୍ତାନ ଏବଂ ଭାରତ ମଧ୍ୟରେ ମଧ୍ୟ ଏକ ସୁନ୍ଦର ପ୍ରେମ କାହାଣୀ ର୍ନିମାଣ ହେବା ଉଚିତ। କିନ୍ତୁ ସଲମାନ ଖାନ ଏବଂ ହାନିଆ ଏହାକୁ ନେଇ କୌଣସି ମତ ଦେଇନାହାନ୍ତି ।