ସଲମାନଙ୍କୁ ହତ୍ୟା କରିବା ପାଇଁ ୬ଜଣକୁ ୨୦ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ଲରେନ୍ସ ବିଷ୍ଣୋଇ

ଚଳିତ ବର୍ଷ ଏପ୍ରିଲ ମାସରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ଲୋକ ଗୁଳି ଚଳାଇଥିଲେ। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ପରେ ପୁଲିସ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିଥିଲା। ପୁଲିସର ଅନୁସନ୍ଧାନରୁ ଜଣାପଡିଥିଲା ଯେ, ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ସହ ଗ୍ୟାଙ୍ଗର ସଦସ୍ୟ। ବର୍ତ୍ତମାନ କିଛି ମାସର ତଦନ୍ତ ପରେ ପୁଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିଛି।

ଏହା ଅନୁଯାୟୀ, ସଲମାନଙ୍କୁ ହତ୍ୟା କରିବା ପାଇଁ ୬ଜଣକୁ ୨୦ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ଲରେନ୍ସ ବିଷ୍ଣୋଇ। ଲରେନ୍ସର  ଭାଇ ଅନମୋଲ ଓ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦରାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି ହେବା ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜାମିନ ବିହୀନ ପରୱାନା ହେବା ଦେଖି ମୁମ୍ବାଇରୁ ଫେରାର ହୋଇଯାଇଛନ୍ତି ଅନମୋଲ ଓ ରୋହିତ। ତେବେ ସଲମାନଙ୍କୁ କରାଯାଉଥିବା ହତ୍ୟା ଉଦ୍ୟମ ଉପ‌ରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ କହିଥିଲେ ଯେ, ୨୦୧୦ରେ ଜଣେ ଶିଶୁର ଜୀବନ ବଞ୍ଚାଇବା ପାଇଁ ସଲମାନ ନିଜର ବୋନ ମ୍ୟାରୋ ଦାନ କରିଥିଲେ। ସେହି ସମୟରେ କେହି ବୋନ ମ୍ୟାରୋ ଦାନ କରିବାକୁ ଆଗକୁ ନଆସିବାରୁ ସଲମାନ ନିଜର ବୋନ ମ୍ୟାରୋ ଦାନ କରିଥିଲେ। ଏହାକୁ ନେଇ ୨୦୨୨ରେ ସୁନୀଲ ସେଟ୍ଟୀ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ସଲମାନ ଖାନ ତାଙ୍କ ବୋନ ମ୍ୟାରୋକୁ କିଛି ବର୍ଷ ପୂର୍ବରୁ ଦାନ କରିଥିଲେ। ବିଶ୍ବରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ଲୋକମାନେ ହିଁ ଏହା କରିପାରିବେ।