ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା

ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା । ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟୁସିବାଇ ଭୋସଲେଙ୍କ ଭୂମିକାରେ ଅଭିନୟ କରିବେ ରଶ୍ମିକା । ମରାଠୀ ମହାରାଣୀଙ୍କର ଅଭିନୟ କରିବା ରଶ୍ମିକା ଙ୍କ ଏକ ସ୍ବପ୍ନ ଥିଲା । ଯାହାକି ଛାବାରେ ପୂରଣ ହୋଇଛି । ଏଥିପାଇଁତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଛି । ଏପରିକି ତାଙ୍କୁ ୩ ରୁ ୪ ଘଣ୍ଟା ପ୍ରତେକ ଦିନ ଭାଷା ଶିଖିବାରେ ସମୟ କଟିଥିଲା । ରଶ୍ମିକା କହିଛନ୍ତି ମୋର ଦିର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି ।

ଆମର ଇତିହାସ, ପରମ୍ପରା ଓ ଏୌତିହ ପରମ୍ପରା ମତେ ସବୁବେଳେ ଆକର୍ଷିତ କରିଥାଏ । ଛାବା ଭଳି ଫିଲ୍ମରେ କାମ କରିବା ମୋ ପାଇଁ ଏକ ସ୍ବପ୍ନ ପୂରଣ ହେବା ସହ ସମାନ । ମୁଁ ସବୁବେଳେ ନିଜକୁ ଏକ ରାଜ ଦରବାରରେ ଥିବା କୌଣସି ମହାରାଣୀଙ୍କ ରୂପରେ, ମହଲ ଭିତରେ ରହୁଥିବା ଏକ ଚମତ୍କାର ଡ୍ୟାନ୍ସ ଭିତରେ ଇତିହାସ ମଧ୍ୟରେ ନିଜକୁ ଦେଖିବାକୁ ସ୍ବପ୍ନ ଦେଖୁଥିଲେ । ଯେତେବେଳେ ଏହି ଅଫର ରଶ୍ମିକାଙ୍କ ପାଖକୁ ଆସିଥିଲା ସେହି ସମୟରେ ସେ ଅଧିକ ଉତ୍ସାହିତ ହୋଇଥିଲେ ।