ରଶ୍ମିକା ମନ୍ଦନାଙ୍କୁ କେଉଁ ବଡ଼ ଦାୟିତ୍ବ ଦେଲେ ସରକାର?
ଦିନକୁ ଦିନ ଅନଲାଇନ ଠକେଇ ବଢ଼ୁଛି । ଲୋକେ ଓଟିପି ଫୋନରେ କାହାକୁ ଦେଇଦେଉଛନ୍ତି । କିଏ ପଚାରିଲେ ବ୍ୟକ୍ତିଗତ ସୂଚନା ସେୟାର କରୁଛନ୍ତି । ଏହାର କାରଣ ସଚେତନତାର ଅଭାବ । ଲୋକଙ୍କୁ ଠକେଇ ବିଷୟରେ ସଚେତନ କରିବେ ରଶ୍ମିକା । କେନ୍ଦ୍ର ସରକାର ବଡ଼ ଦାୟିତ୍ବ ଦେଇଛନ୍ତି ।
ରଶ୍ମିକା ମନ୍ଦନାଙ୍କୁ ଯୁବପିଢ଼ି ପସନ୍ଦ କରନ୍ତି । ଏପରିକି ତାଙ୍କ ଫଟୋ, ଭିଡିଓ ବହୁତ ଲାଇକ ସେୟାର ହୁଏ । ସେଥିପାଇଁ ତାଙ୍କୁ ବଡ଼ ଦାୟିତ୍ବ ଦେଲେ ସରକାର । ଅନଲାଇନ୍ ଠକେଇ, ଡିପ୍ ଫେକ୍ ଭିଡିଓ, ସାଇବର ବୁଲିଂ ଏବଂ ଏଇ ଦ୍ବାରା ଉତ୍ପନ୍ନ ଖରାପ ବିଷୟବସ୍ତୁ ସମେତ ବିଭିନ୍ନ ସାଇବର ବିପଦ ଉପରେ ସରକାର ସଚେତନ କରାଇବେ । ଏଥିପାଇଁ ସଚେତନତା ସୃଷ୍ଟି କରିବାକୁ ରଶ୍ମିକା ମନ୍ଦନାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ସରକାର । ସେ ଦେଶବ୍ୟାପୀ ଅଭିଯାନର ନେତୃତ୍ୱ ନେବେ। ସମ୍ପ୍ରତି ବିଶ୍ବରେ ସାଇବର ଅପରାଧ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଭାରତରେ ଡିଜିଟାଲ ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ବଢୁଥିବା ଡିପଫେକ୍ ମାମଲା ପରେ ଭାରତରେ ସାଇବର ସୁରକ୍ଷାକୁ ସଶକ୍ତ କରିବା ପାଇଁ ଭେଟେରାନ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ସାଇବର ସୁରକ୍ଷା ନ୍ୟାସନାଲ ବ୍ରାଣ୍ଡ୍ ଆମ୍ବାସଡର ଭାବରେ ନିଯୁକ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଇଣ୍ଡିଆନ୍ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର’ (ଆଇ୪ସି) ମାଧ୍ୟମରେ ସାଇବର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାକୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି।