ରାଘବ ଓ ପରିଣୀତିଙ୍କ ବାହାଘର

ରାଘବ ଓ ପରିଣୀତିଙ୍କ ବାହାଘର ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ।  ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ବାହାଘର ପାଇଁ ପରିବାର ପହଁଚିଛନ୍ତି। ବାହାଘର ପାଇଁ ଏହି ଦୁଇ ପରିବାର ଏବେ ଯାଇ ଉଦୟପୁରରେ ପହଞ୍ଚିଛନ୍ତି।  ସେପ୍ଟେମ୍ବର ୨୪ ତାରିଖରେ ସାତ୍‌ ଫେରେ ନେବେ ରାଘବ ପରିଣୀତି । ଉଦୟପୁରର ‘ଦ ଲୀଲା ପ୍ୟାଲେସ୍‌’ରେ ଏମାନଙ୍କ ବାହାଘର ହେବ। ଉଦୟପୁରରେ ରାଘବ ଓ ପରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବିମାନବନ୍ଦରରେ ସେ ଦୁହିଁଙ୍କ ଫଟୋ ଥିବା ଏକ ବଡ଼ ହୋର୍ଡିଂ ଲଗାଯାଇଛି।