ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ପରଲୋକ

ପୁଣମ ପାଣ୍ଡେଙ୍କ ପରଲୋକ । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର କୁ ନେଇ ବଲିଉଡ଼ରେ ଶୋକ ପ୍ରକାଶ ପାଇଛି । ମାତ୍ର ୩୨ ବର୍ଷ ବୟରେ ସର୍ଭାଇକଲ କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।  ମଡେଲ-ଆକ୍ଟ୍ରେସ, ଇଣ୍ଟରନେଟ ସେନସେସନ ତଥା ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଷ୍ଟାର ଥିଲେ ପୁନମ। ଏହାପରେ ବି ତାଙ୍କ ଭିତରେ ଥିବା ଦୟାଳୁ ଭାବ ଯୋଗୁ ସେ ସମସ୍ତଙ୍କ ନିକଟରେ ପହଞ୍ଚିପାରିଥିଲେ। ତେବେ ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ତାଙ୍କ ନିଜ ଘରେ ପୁନମଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି।