ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ

ମୁମ୍ବାଇ: ଗୁରୁବାର ରାତି ପ୍ରାୟ ୩.୩୦ରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଥିବା କଥା ଅଭିନେତ୍ରୀ ନୀତୁ ଚନ୍ଦ୍ରା କହିଛନ୍ତି।‘ପରିଣୀତା’, ‘ଲଗା ଚୁନରି ମୈଁ ଦାଗ୍‌’, ‘ମର୍ଦାନି’ ଏବଂ ‘ହେଲିକପ୍ଟର୍‌ ଏଲା’ ଭଳି ଚଳଚ୍ଚିତ୍ରର ନିର୍ଦେଶନା ଦେଇ ସେ ଲୋକପ୍ରିୟ ହୋଇ ପାରିଥିଲେ।ସଂଗୃହୀତ ରିପୋର୍ଟ ଅନୁସାରେ, ‘ଡାଏଲିସିସ୍‌’ରେ ଥିବା ପ୍ରଦୀପ ସରକାରଙ୍କ ‘ପଟାସିୟମ୍‌’ ସ୍ତର ଖୁବ୍‌ ନିମ୍ନ ସ୍ତରକୁ ଚାଲିଆସିଥିଲା। ରାତି ୩ଟା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଲା Iପ୍ରଦୀପ ଓ ତାଙ୍କ ଭଉଣୀ ମାଧୁରୀଙ୍କ ସହିତ ଖୁବ୍‌ ଘନିଷ୍ଠତା ଥିବା ଅଭିନେତ୍ରୀ ନୀତୁ ଚନ୍ଦ୍ରା ଟୁଇଟ୍‌ କରି ଲେଖିଛନ୍ତି: ପ୍ରିୟତମ ନିର୍ଦେଶକ ପ୍ରଦୀପ ସରକାର ଦାଦାଙ୍କ ମୃତ୍ୟୁ ସମ୍ବାଦ ଜାଣି ଅତ୍ୟନ୍ତ ଦୁଃଖିତ। ତାଙ୍କରିଠାରୁ ମୋର ଅଭିନେତ୍ରୀ ପେସା ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ରକୁ ଅସାଧାରଣ କରି ଲୋକପ୍ରିୟ କରାଇବାର ସୌନ୍ଦର୍ଯ୍ୟ ଜ୍ଞାନ ତାଙ୍କଠାରେ ନିହିତ ଥିଲା।