ସନଲିଶା ପଟେଲଙ୍କ ଧାରଣା: କଂଗ୍ରେସ ଓ ବିଜେପିର ସମର୍ଥନ
ଭୁବନେଶ୍ବର: ଫିଲ୍ମ ପ୍ରଯୋଜିକା ସନଲିଶା ପଟେଲ ଆମରଣ ଅନଶନ ପ୍ରତ୍ୟାହାର କରି ଏବେ ଧାରଣାରେ ବସିିଛନ୍ତି । ଓଡ଼ିଆ ଫିଲ୍ମର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଏକାଧିକ ଦାବି ରଖିଥିବା ସନଲିଶାଙ୍କୁ କଂଗ୍ରେସ ଓ ବିଜେପିର ସମର୍ଥନ ମିଳିଛି। ଓଡ଼ିଆ ଫିଲ୍ମର ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଉଭୟ ଦଳର ସୁର ରାଉତରାଏ, ମୋହନ ମାଝୀ, ସୁକାନ୍ତ ପାଣିଗ୍ରାହୀ, ସୁରଜ ସୂର୍ୟବଂଶୀ, ଲଳିଲେନ୍ଦୁ ବିଦ୍ୟାଧର ମହାପାତ୍ର, ଶଙ୍କର ଓରାମ ଓ କେ ନାରାୟଣ ରାଓ ପ୍ରମୁଖ ନେତା ଅନଶନସ୍ଥଳକୁ ଯାଇ ପ୍ରଯୋଜିକାଙ୍କ ପ୍ରତି ସେମାନଙ୍କର ସମର୍ଥନ ଜଣାଇ ଅତିଶୀଘ୍ର ସରକାରଙ୍କ ସହ କଥାବାର୍ତ୍ତା କରି ସମାଧାନର ପନ୍ଥା ବାହାର କରାଯିବ ବୋଲି କହିଥିଲେ। ଏହା ପୂର୍ବରୁ ଅନେକ କଳାକାର ସନଲିସାଙ୍କ ପାଖକୁ ଯାଇ ତାଙ୍କର ଦାବି ଯଥାର୍ଥ କହି ସମର୍ଥନ ଦେଇଛନ୍ତି ।