ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଅଭିଯୋଗ
ଭୁବନେଶ୍ବର: ଭୁବନେଶ୍ୱର ସ୍ୱାତୀ ସିନେମା ହଲ ସାମ୍ନାେରେ ଛିଡା ହୋଇଥିବା ବେଳେ କାର୍ଯ୍ୟରତ ସାମ୍ବାଦିକାକୁ ମାଡ଼ ଅଭିଯୋଗ । ‘ପ୍ରଥା’ ସିନେମାର ପ୍ରିମିୟର ସୋ’ରେ ମଧ୍ୟ ପହଂଚିଥିଲେ ଓଡିଆ ଫିଲ୍ମ ଜଗତର ଏକାଧିକ ପ୍ରଯୋଜକ । ହେଲେ ଅଭିଯୋଗ ହୋଇଛି, ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସିନେମା ହଲରେ ଫିଲ୍ମ ଚାଲିଥିବାବେଳେ ବାହାରେ ଅପେକ୍ଷା କରି ରହିଥିଲେ ସାମ୍ବାଦିକମାନେ । ଏତିକିବେଳେ ପ୍ରଯୋଜକ ଟୁଟୁ ନାୟକ ଆସି ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିଥିଲେ । ଯାହାକୁ ନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦେବସ୍ମିତା । ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ଶ୍ରୀ ନାୟକ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ସାମ୍ବାଦିକା ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି। ସାମ୍ବାଦିକାଙ୍କ ଅଭିଯୋଗ ଅନୁସାରେ ସେ ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ଟୁଟୁଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ଅଭିଯୋଗ କରିଛନ୍ତି। ଏହାସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସାମ୍ବାଦିକା ଦେବସ୍ମିତାଙ୍କ ଅଭିଯୋଗ କ୍ରମେ ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି। ୩୨୪, ୩୨୩, ୨୯୪, ୩୫୪ ଆଇପିସିରେ ପୁଲିସ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ସିସିଟିଭି ଯାଞ୍ଚ କରିଛି। ଅନ୍ୟପଟରେ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ କାହିଁକି ମାଡ଼ ମାରିଲେ, ତାହା ଜଣାପଡ଼ିନାହିଁ।