ପରଦାକୁ ଆସିବ ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀ ‘ଜଗା ମୋ ଜଗତଜିତା

ଓଡିଆ ଦର୍ଶକଙ୍କ ମନ ଜାଣି ନେଇ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର ‘ଜଗା ମୋ ଜଗତଜିତା’ । ଏହି ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଜୀ ସାର୍ଥକ ପ୍ରସ୍ତୁତ କରିଛି ଏହି ଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ ନିଆରା କାହାଣୀ । ଫିଲ୍ମଟି ଭକ୍ତଙ୍କ ଅଲୌକିକ ଅନୁଭୂତିର କାହାଣୀକୁ ନିଖୁଣ ଭାବେ ଦର୍ଶାଯାଇଥିବା ବେଳେ ଏହା ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଜଣାପଡିଛି ।ଶ୍ରୀଚନ୍ଦ୍ରପୁର ଜଗନ୍ନାଥ ମନ୍ଦିର ପୂଜକ ବଟକେଶ୍ଵର ମିଶ୍ର ରୁହନ୍ତି ନିଜ ବିଧବା ବୋହୁ ସୁଜାତା ଓ ନାତି ଜଗା ସହିତ । ପୁଅ ସୈନିକ ହୋଇ ଦେଶ ପାଇଁ ବୀରଗତି ପ୍ରାପ୍ତ ହୋଇଛନ୍ତି । ସେପଟେ ଗାଁର ଜମିଦାରଙ୍କ ଝିଅ ଚନ୍ଦ୍ରିକା ଜଗାର ସାନ ବେଳର ପ୍ରେମ । କିନ୍ତୁ ସମୟର କାଳଚକ୍ରରେ ଜମିଦାରଙ୍କ ମୃତ୍ୟୁ ହୋଇଛି ଓ ଚନ୍ଦ୍ରିକା ଦୂରେଇ ଯାଇଛି ଜଗା ଠାରୁ । ଜଗା ମଧ୍ୟ ଯୋଗ ଦେଇଛି ଭାରତୀୟ ସେନାରେ ହେଲେ ଏହାରି ଭିତରେ ଆସିଛି ଓଡ଼ିଆଙ୍କ ମଉଡମଣି ଜଗନ୍ନାଥଙ୍କ ରଥଯାତ୍ରା ଓ କଳାଠାକୁର ଖେଲିଛନ୍ତି ଖେଳ । ଗାଁରେ ସମସ୍ତେ ଏକ ହୋଇଛନ୍ତି ଓ ଧରାପଡ଼ିଛି ଖଳନାୟକ ଯାହା ପାଇଁ ଏତେ କାହାଣୀ । ତେବେ କଣ ହେବ ଆଗକୁ ? ରଥଯାତ୍ରା ହେବ ତ ? ଚନ୍ଦ୍ରିକା ଜଗାକୁ ପାଇବ ତ ? ଏହିପରି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ ।