ନୟନତାରା ଆଉ ହିନ୍ଦୀ ସିନେମାରେ କରିବେ ନାହିଁ କାମ

ନୟନତାରା ଦକ୍ଷିଣୀ ସିନେମାର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ନୟନତାରା ବଲିଉଡ୍‌ ଚଳଚ୍ଚିତ୍ର ‘ଯବାନ’ ଜରିଆରେ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ। ଏହି ସିନେମାରେ ସେ ଶାହରୁଖ ଖାନଙ୍କ ପତ୍ନୀ ନର୍ମଦା ଭୂମିକାରେ ଅଭିନୟ କରିଥିଲେ। ନିକଟରେ ନୟନତାରାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଏହି ଖବରଟି ହେଉଛି ଅଭିନେତ୍ରୀ ନୟନତାରାଙ୍କୁ ‘ଯବାନ’ର ସଫଳତା ପାଇଁ ଶ୍ରେୟ ଦିଆଯାଇନାହିଁ । ଯାହା ତାଙ୍କୁ କ୍ଷୁବ୍ଧ କରିଛି । ଏହା ବି କୁହାଯାଉଛି କି ସେ ଏଣିକି କେବଳ ସାଉଥ ଇଣ୍ଡଷ୍ଟ୍ରିରେ କାମ କରିବେ ହିନ୍ଦୀ ଚଳଚ୍ଚିତ୍ରରେ କରିବେ ନାହିଁ!