ସଂଗୀତକାର ଏ.ଆର୍‌. ରେହମାନ ହସ୍ପିଟାଲରେ ଭର୍ତ୍ତି

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଖ୍ୟାତନାମା ସଂଗୀତକାର ଏ.ଆର୍‌. ରେହମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଉଛି। ରବିବାର ସକାଳେ ରେହମାନଙ୍କର ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଉପରେ ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରିଥିଲେ। ରେହମାନଙ୍କ ଉପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କଡ଼ା ନଜର ରଖିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅଧିକ ଅପ୍‌ଡେଟ୍‌ ଅପେକ୍ଷା କରାଯାଇଛି। ତେବେ ସେ ନିକଟରେ ବିଦେଶରୁ ଫେରୁଥିବା ସମୟରେ ବେକରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହାପରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା।