ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

 

ଭୁବନେଶ୍ବର : ଅଭିଯୋଗ ପରେ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ ହୋଇଛନ୍ତି। ମୌସୁମୀଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ଲେଖିକା ବନସ୍ମିତା ପତି ତାଙ୍କ ନାମରେ ଥାନାରେ ମାମଲା କରିଥିଲେ । ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି। ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଛି।  ଲେଖିକା ବନସ୍ମିତା ପତି ଅଭିଯୋଗ କରିଥିଲେ କି ଅଭିନେତ୍ରୀ ମୌସୁମୀ ନାୟକ ତାଙ୍କୁ ବ୍ଲାକମେଲ କରିଛନ୍ତି। ବ୍ଲାକମେଲ କରି ମୌସୁମୀ ଅଧିକ ଟଙ୍କା ନେବା ସହ ମାନହାନି ଭଳି ଅଭିଯୋଗ କରିଥିଲେ। ଟଙ୍କା ନଦେଲେ ମୌସୁମୀ ବଦନାମ କରିବା ଏବଂ ଘର ଭାଙ୍ଗିଦେବାକୁ ଧମକ ଦେଇଥିଲେ। ପୋଲିସ ତଦନ୍ତ କରି ପ୍ରମାଣ ପାଇବା ପରେ ଗିରଫ କରିଛି ।