ମର୍ଦାନି ୩’ ; ପୁଣି ଥରେ ନଜର ଆସିବେ ରାଣୀ

ମୁମ୍ବାଇ : ଖୁବ୍‌ ଶୀଘ୍ର ଆସୁଛି ‘ମର୍ଦାନି-୩। ପୁଣି ଥରେ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ। ୟଶରାଜ ଫିଲ୍ମସ୍ ଏନେଇ ଘୋଷଣା କରିଛି । ଅଗଷ୍ଟ ୨୨ରେ ଏହି ଫିଲ୍ମ ୧୦ ବର୍ଷ ପୂରଣ କରିଛି। ରାଣୀ ମୁଖାର୍ଜୀ ପୁଣି ଥରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ସିନିୟର ଇନ୍ସପେକ୍ଟର ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ। ୨୦୧୪ରେ ‘ମର୍ଦାନି’ର ପ୍ରଥମ ଭାଗ ରିଲିଜ୍ ହୋଇଥିଲା ଏବଂ ଏହାର ସିକ୍ୱେଲ୍ ମଧ୍ୟ ୨୦୧୯ରେ ଆସିଥିଲା । ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ଜବରଦସ୍ତ ଧମାକା କରିଥିଲା। ଚଳଚ୍ଚିତ୍ର ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା।

ଏହି ଫିଲ୍ମରେ ରାଣୀ ମୁଖାର୍ଜୀ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ଅଭିନୟ କରଛନ୍ତି, ଜଣେ ନିର୍ଭୀକ ଏବଂ ସାହସୀ ପୁଲିସ ଭୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୀତ ‘ମର୍ଦାନି’ ଚଳଚ୍ଚିତ୍ର ରାଣୀ ଓ ଆଦିତ୍ୟ ଚୋପ୍ରାଙ୍କ ବିବାହ ପରେ ହିଁ ମୁକ୍ତିଲାଭ କରିଥିଲା। ରାଣୀଙ୍କ ଜବରଦସ୍ତ ଅଭିନୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ବଢ଼ୁଥିବା ଦୁଷ୍କର୍ମ ସମସ୍ୟାକୁ ନେଇ ଦ୍ବିତୀୟ ଭାଗର କାହାଣୀ ଆଧାରିତ ଥିଲା।