କିଏ ଅଧିକ ଧନୀ?ରଣବୀର ନା ଆଲିଆ

ଜାତୀୟ ଗଣମାଧ୍ୟମ ଲାଇଭ ମିଣ୍ଟର ରିପୋର୍ଟ ଅନୁଯାୟୀ ରଣବୀର କପୁର ୩୪୫କୋଟି ଟଙ୍କାର ମାଲିକ ଅଟନ୍ତି। ରଣବୀର ଏକ ଚଳଚ୍ଚିତ୍ର ପାଇଁ ୫୦କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନିଅନ୍ତି। ଏହା ସହିତ ସେ ଫିଲ୍ମର ଲାଭରୁ ମଧ୍ୟ ନିଜର ଭାଗ ନିଅନ୍ତି। ଆୟ କରୁଥିବା ଟଙ୍କାକୁ ରଣବୀର ବିଳାସପୂର୍ଣ୍ଣ କାର ଏବଂ ଡିଜାଇନର୍ ପୋଷାକ ପାଇଁ ବହୁତ ଖର୍ଚ୍ଚ କରନ୍ତି। ତାଙ୍କ ପାଖରେ ରୋଲ୍ସ ରୋଏସ୍, ମର୍ସିଡିଜ୍ ବେଞ୍ଜ୍ ଜିଏଲ୍, ରେଞ୍ଜ ରୋଭର, ଲେକ୍ସସ୍, ବିଏମଡବ୍ଲୁ ଏକ୍ସ୬, ଅଡି ଆରଏସ୭ ଏବଂ ଲ୍ୟାଣ୍ଡ କ୍ରୁଜର ଭଳି କାର ରହିଛି। ବାନ୍ଦ୍ରାଠାରେ ତାଙ୍କର ଏକ ୪ବିଏଚକେ ଫ୍ଲାଟ ମଧ୍ୟ ଅଛି, ଯାହାର ମୂଲ୍ୟ ୩୫କୋଟି ଟଙ୍କା । ଏହା ବ୍ୟତୀତ ପୁଣେରେ ତାଙ୍କର ୧୩କୋଟି ଟଙ୍କା ମୂଲ୍ୟର ଏକ ଆପାର୍ଟମେଣ୍ଟ ମଧ୍ୟ ଅଛି। ତାଙ୍କର ମୋଟ ସମ୍ପତ୍ତି ପ୍ରତିବର୍ଷ ୪୦ପ୍ରତିଶତ ବୃଦ୍ଧି ପାଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଫୋର୍ବସ୍ ରିପୋର୍ଟ ଅନୁଯାୟୀ ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୯୯କୋଟି ଟଙ୍କା। ସେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୨୦କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନିଅନ୍ତି। ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ୧-୨ କୋଟି ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି। ଫିଲ୍ମ ବ୍ୟତୀତ ସେ ଫିଲ୍ମ ପ୍ରଡକ୍ସନ୍ ଏଟରନାଲ ସନସାଇନ୍ ପ୍ରଡକ୍ସନ୍ସ ମଧ୍ୟ ଚଳାନ୍ତି। ଏହା ସହ ନାଇକା, ଷ୍ଟାଇଲ୍ କ୍ରାକର ଏବଂ ସୁପର ବଟମ୍ସରେ ବିନିଯୋଗ କରି ସେ ଟଙ୍କା ଆୟ କରୁଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଆଲିଆଙ୍କ ମୁମ୍ବାଇରେ ୩୨କୋଟି ଟଙ୍କା ମୂଲ୍ୟର ଆପାର୍ଟମେଣ୍ଟ ଓ ଲଣ୍ଡନରେ ୨୫କୋଟି ଟଙ୍କା ମୂଲ୍ୟର ଏକ ଘର ଅଛି। ବିଏମଡବ୍ଲୁ ୭, ଲ୍ୟାଣ୍ଡ ରୋଭର, ଅଡି ଏ୬ ଭଳି ବିଳାସପୂର୍ଣ୍ଣ କାର ତାଙ୍କ ପାଖରେ ରହିଛି।