ଏଣ୍ଡୋମେଟ୍ରିଓମା ରୋଗ ସହ ସଂଘର୍ଷ କରୁଛନ୍ତି କ୍ୟାଟ୍ରିନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସେ ଯେମିତି ସୁନ୍ଦର ଏବଂ ଚୁଲବୁଲି ତାଙ୍କ ଅଭିନୟ ମଧ୍ୟ ଖୁବ ଆକର୍ଷଣୀୟ। କୁହାଯାଉଛି କ୍ୟାଟଙ୍କୁ ଏକ ବଡ ରୋଗ ହୋଇଛି। ଚର୍ଚ୍ଚା ଏଭଳି ମଧ୍ୟ ହେଉଛି ଯେ, ସେଥିପାଇଁ କ୍ୟାଟ ଲାଇମଲାଇଟରୁ ଦୂରେଇ ଅଛନ୍ତି। କ୍ୟାଟଙ୍କ ଅସୁସ୍ଥତା ନେଇ ନିଜେ ଏକ ସାକ୍ଷାତକାରରେ ଖୋଲାଖୋଲି କହିଥିଲେ। ସେ କହିଛନ୍ତି ଯେ ତାଙ୍କର ଆଲର୍ଜି, ଏଣ୍ଡୋମେଟ୍ରିଓମା ଏବଂ ରକ୍ତହୀନତା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଥିଲା। ଖାଲି ସେତିକି ନୁହେଁ, ସେ ଗ୍ଲୁକୋଜ୍ ମନିଟରିଂ ପ୍ୟାଚ୍ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ରକ୍ତଶର୍କରା ସ୍ତର କୁ ଟ୍ରାକ୍ କରିବା ପାଇଁ ବ୍ୟବହୃତ ହୋଇଥାଏ।