ଅଭିନେତାଙ୍କୁ ବାନ୍ଧିଲା ପୁଲିସ

ଅଭିନେତାଙ୍କୁ ବାନ୍ଧିଲା ପୁଲିସ। ହତ୍ୟା ଅଭିଯୋଗରେ ଗିରଫ ହେଲେ ଜଣାଶୁଣା ଅଭିନେତା। କନ୍ନଡ ଅଭିନେତା ଦର୍ଶନଙ୍କୁ ଉଠାଇ ନେଲା ପୁଲିସ। ରେଣୁକୁମାରସ୍ୱାମୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ମାମଲାରେ ତାଙ୍କୁ ଆଜି ପୁଲିସ ଗରିଫ କରିଛି।

ମୌସୁର ପୁଲିସ ଅଭିନେତା ଦର୍ଶନଙ୍କୁ ଗିରଫ କରି ବେଙ୍ଗାଲୁରୁ ଆଣିଛି। ସେଠାରେ ତାଙ୍କୁ ପଚରାଉଚରା ଚାଲିଛି। ରେଣୁକୁମାରସ୍ୱାମୀ ନାମକ ଯୁବକଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଦର୍ଶନଙ୍କ ନାଁ ନେଇଥିଲେ। ଏହି ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଭିଯୁକ୍ତଙ୍କ ସହ ଦର୍ଶନ ବାରମ୍ବାର ଯୋଗାଯୋଗରେ ଥିବା ଅଭିଯୋଗ ହୋଇଛି। ହତ୍ୟା କରାଯାଇଥିବା ଯୁବକଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏହି ଗିରଫ କରାଯାଇଛି। ବର୍ତ୍ତମାନ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।