କନ୍ନଡ ଅଭିନେତା ଚେତନ କୁମାର ଗିରଫ

କନ୍ନଡ ଅଭିନେତା ଚେତନ କୁମାର ହିନ୍ଦୁତ୍ୱ ବା ହିନ୍ଦୁଧର୍ମକୁ ନେଇ ଏକ ବିବାଦୀୟ ଟ୍ୱିଟ କରିଥିଲେ । ଏହାକୁ ନେଇ ବଜରଙ୍ଗଦଳ ତରଫରୁ ଚେତନଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ଚେତନଙ୍କୁ ବେଙ୍ଗାଲୁର ପୋଲିସ ଗିରଫ କରିଛି ।ଗତକାଲି ଚେତନ କୁମାର ଏକ ଟ୍ୱିଟ୍ କରିଥିଲେ । ଏଥିରେ ସେ ଲେଖିଥିଲେ କି , ହିନ୍ଦୁଧର୍ମ ମିଥ୍ୟା ଉପରେ ଆଧାରିତ । ଏନେଇ ସେ ସାବରକରଙ୍କର ଏକ ବୟାନକୁ ମଧ୍ୟ କୋର୍ଟ କରିଥିଲେ ।