ମେ’ରେ ରିଲିଜ୍ ହେବ ପଙ୍ଗା କୁଇନ୍ଙ୍କ ‘ଧାକଡ଼’
ମେଟ୍ରୋ ଟିଭି ଓଡିଶା (୨ .୩ .୨୦୨୨) :
ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ୍ ନାୟିକା କଙ୍ଗନା ରଣାୱତ । ତାଙ୍କ ଅଭିନୟକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା । କିନ୍ତୁ ଏବେ ଫିଲ୍ମ ଧାକଡ଼କୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବ, ହେଲେ ଏବେ ଏହାର ନୂଆ ରିଲିଜ ତାରିଖ ସାମ୍ନାକୁ ଆସିଛି । କଙ୍ଗନା ତାଙ୍କ ଫିଲ୍ମର ନୂଆ ରିଲିଜ ତାରିଖରେ ସମ୍ପର୍କରେ ସୂଚନା ଦେଇଛନ୍ତି । କଙ୍ଗନା ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ସେୟାର କରି କହିଛନ୍ତି । ‘ଧାକଡ଼’ ମେ ୨୭ରେ ଥିଏଟରରେ ରିଲିଜ୍ ହେବ ।

ଏହା ହିନ୍ଦୀ, ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ରିଲିଜ୍ ହେବ । ଏଥିରେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆକ୍ସନରେ ଭରପୁର ଥିବା ବେଳେ କଙ୍ଗନା ଏଥରେ ଜଣେ ଏଜେଣ୍ଟ ଚରିତ୍ରରେ ନଜର ଆସିବେ । ଦେଖିବାକୁ ବାକି ରହିଲା ଏହା ବକ୍ସ ଅପିସ୍ରେ ଧମାଲ୍ କରୁଛି କି ନାହିଁ ।