.ତେଜସ’ର ଟିଜର ରିଲିଜ
କଙ୍ଗନା ରଣାଓ୍ଵତଙ୍କ ଅପକମିଂ ଫିଲ୍ମ ‘ତେଜସ’ର ଟିଜର ରିଲିଜ ହୋଇଛି । ଟିଜର ରିଲିଜ କରି କଙ୍ଗନା ଲେଖିଛନ୍ତି, ନିଜ ଦେଶର ଭଲପାଇବା ଉଡାଣ ଭରିବାକୁ ମୁଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତକୁ ଯିଏ ଅପମାନ କଲେ ଆମେ ଛାଡିବୁନି । ଏହି ପୋଷ୍ଟ ସହିତ ଫିଲ୍ମର ଟ୍ରେଲର ରିଲିଜ ମଧ୍ୟକଙ୍ଗନା ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହାର ଟିଜରକୁ ସେୟାର କରାଯାଇଛି । କଙ୍ଗନା ଏହି ଫିଲ୍ମରେ ଭାରତୀୟ ଏୟାରଫୋର୍ସ ପାଇଲଟଙ୍କ ଭୂମିକାରେ ନଜର ଆସିବେ । ଏହି ଟିଜରରେ କଙ୍ଗନା ଫ୍ଲାଇଂ ସୁଟ୍ ପିନ୍ଧି ଏୟାରଫୋର୍ସ ଷ୍ଟେସନରୁ ଉଡାଣ ଭରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି ।ତେବେ ଫିଲ୍ମର ଟ୍ରେଲର ଅକ୍ଟୋବର ୮, ୨୦୨୩ରେ ରିଲିଜ ହେବ। ଫିଲ୍ମଟି ଅକ୍ଟୋବର ୨୭ରେ ରିଲିଜ ହେବ ବୋଲି ଜଣାପଡିଛି ।