ହାସ୍ୟ ଅଭିନେତା ରବି ଶତପଥୀଙ୍କ ପରଲୋକ

କୁଜଙ୍ଗ: ଯାତ୍ରା ଜଗତରେ କମେଡି କିଙ୍ଗ୍ ଆଉ ନାହାଁନ୍ତି । ହାସ୍ୟ ଅଭିନେତା ରବି ଶତପଥୀଙ୍କ ପରଲୋକ ଘଟିଛି । , ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକର ପଦୁ ମହାନ୍ତି, ବିଶିଷ୍ଟ ଅଭିନେତା ରବି ଶତପଥୀ (୬୫)ଙ୍କର  ପରଲୋକ ଘଟିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ଅଗପାଳସ୍ଥିତ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ସେ ଗଲା ୬ମାସ ଧରି ଲିଭର୍‌ କ୍ୟାନସର୍‌ରେ ପୀଡ଼ିତ ଥିଲେ। ଶେଷ ଶଯ୍ୟା ନିକଟରେ ପତ୍ନୀ ବିଦୁଲତା, ୩ ପୁଅ ଓ ଝିଅ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ବେଳେ ବଡ଼ ପୁଅ ସୂର୍ଯ୍ୟାଂଶୁ ଶତପଥୀ ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ କଳାକାର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି ।