ବିବାହକୁ ନେଇ ଏମିତି କହିଲେ ଶ୍ରୀଦେବୀ କନ୍ୟା ଜାହ୍ନବୀ

ବିଜ୍‌ନେସ୍ ଟାଇକୁନ୍ ସଞ୍ଜୟ ପାହାଡିୟାଙ୍କ ପୁଅ ଶିଖର ପାହାଡିୟାଙ୍କ ସହ ଶ୍ରୀଦେବୀ କନ୍ୟା ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଜାହ୍ନବୀଙ୍କୁ ଶିଖରଙ୍କ ସହ ପ୍ରାୟ ସବୁବେଳେ ଦେଖିବାକୁ ମିଳେ। ବେକରେ ତାଙ୍କ ନାଁରେ ଥିବା ଲକେଟ୍ ପିନ୍ଧିବା ଠାରୁ ଆରମ୍ଭ କରି ମନ୍ଦିର ଯିବା ସହିତ ତାଙ୍କ ସହ ବଲିଉଡ୍‌ ପାର୍ଟିରେ ଯୋଗଦେବା ପର୍ଯ୍ୟନ୍ତ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ସବୁଠାରୁ ମଜାଦର କଥା ହେଲା ଶିଖର ଏବଂ ଜାହ୍ନବୀ ସେମାନଙ୍କ ପ୍ରେମକୁ ପ୍ରକାଶ କରିବାକୁ କେବେ ବି ପଛାନ୍ତି ନାହିଁ। ବର୍ତ୍ତମାନ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଲଳନା କେବେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି।ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ସୌନ୍ଦର୍ଯ୍ୟ, ଆକର୍ଷଣୀୟ ଚେହେରା ଆଉ ଷ୍ଟାଇଲ୍ ପାଇଁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ବୃତ୍ତିଗତ ଜୀବନ ସହିତ, ଜାହ୍ନବୀ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଅଭିନେତ୍ରୀ ଶିଖର ପାହାଡିଆଙ୍କ ସହିତ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ସୌନ୍ଦର୍ଯ୍ୟ, ଆକର୍ଷଣୀୟ ଚେହେରା ଆଉ ଷ୍ଟାଇଲ୍ ପାଇଁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ବୃତ୍ତିଗତ ଜୀବନ ସହିତ, ଜାହ୍ନବୀ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଅଭିନେତ୍ରୀ ଶିଖର ପାହାଡିଆଙ୍କ ସହିତ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି।ନିକଟରେ ଜାହ୍ନବୀ କପୁର ଏକ ମିଡିଆରେ ନିଜ ବିବାହକୁ ନେଇ ଖୋଲାଖୋଲି କହିଛନ୍ତି। ଶିଖରଙ୍କ ସହ ତାଙ୍କ ବିବାହକୁ ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ମୁଁ ବର୍ତ୍ତମାନ ମୋ ଜୀବନରେ ବହୁତ ଖୁସି। ବର୍ତ୍ତମାନ ନା ତାଙ୍କ ପାଖରେ ନା ମୋ ପାଖରେ ବିବାହ କରିବା ପାଇଁ ସମୟ ଅଛି।”