କେମୋଥେରାପି ପୂର୍ବରୁ ଚୁଟି କାଟିଲେ ହିନା ଖାନ
ସ୍ତନ କର୍କଟ ସହିତ ଲଢୁଥିବା ଟିଭି ଅଭିନେତ୍ରୀ ହିନା ଖାନ । ସୋସିଆଲ ମିଡ଼ିଆରେ ନିଜର ଏକ ନୂଆ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ଏହା ଦେଖିବାକୁ ମିଳେ ଯେ ଏହି ରୋଗର ଚିକିସା ପାଇଁ ଅଭିନେତ୍ରୀ କେଶ କାଟିଛନ୍ତି । ସଂପୂର୍ଣ କେଶ କାଟିବା ସତ୍ବେ ହିନା ଖାନ ଆମବିଶ୍ବାସରେ ତାଙ୍କର ସମ୍ପୂର୍ଣ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ସେୟାର ହୋଇଥିବା ଭିଡ଼ିଓରେ ହିନା ଖାନ୍ ଏକ ଲମ୍ବା କ୍ୟାପସନ ଲେଖିଛନ୍ତି , ଯାହା ପଢିବା ପରେ ସମସ୍ତେ ଭାବପ୍ରବଣ ହୋଇଯାଇଥିଲେ । ଅଭିନେତ୍ରୀ ଲେଖିଛନ୍ତି ତୁମେ ମୋ ମାର କାନ୍ଦ ଶୁଣି ପାରିବ । ସେ ନିଜକୁ ଦେଖିବା ପାଇଁ ପ୍ରସ୍ତୁତ ହେବାବେଳେ ମୋତେ ଆଶୀର୍ବାଦ କରନ୍ତୁ ଯାହା ସେ କଳ୍ପନା କରିବାକୁ ସାହସ କରିନଥିଲେ । ସେ ସବୁକୁ ସାମ୍ନା କରୁଛନ୍ତି ।
ହିନା ଆହୁରି ଲେଖିଛନ୍ତି ସେଠାରେ ଥିବା ସମସ୍ତ ଲୋକଙ୍କ ପାଇଁ ବିଶେଷ କରି ସେହି ମହିଳାମାନେ ଯେଉଁମାନେ ସମାନ ଯୁଦ୍ଧରେ ଲଢୁଛନ୍ତି ମୁଁ ଜାଣେ ଏହା କଷ୍ଟାସାଧ୍ୟ । କିନ୍ତୁ ଯଦି ତୁମେ ଏପରି ଏକ ଯୁଦ୍ଧର ସମ୍ମୁଖୀନ ହେଉଛି ଯାହାଫଳରେ ତୁମର କେଶ ତୁମର ଗର୍ବ ତୁମର ମୁକୁଟ , ହରାଇବାକୁ ପଡ଼ିବ । ଯଦି ତୁମେ ଜିତିବାକୁ ଚାହୁଁଛ , ତୁମକୁ କିଛି କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡ଼ିବ । ହିନା ଆହୁରି ଲେଖିଛନ୍ତି ମୁଁ ଏହି ଯୁଦ୍ଧରେ ଜିତିବା ପାଇଁ ନିଜକୁ ସମସ୍ତ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ମୋର ସୁନ୍ଦର କେଶ ଝଡ଼ିବା ପୂର୍ବରୁ ମୁଁ କାଟିବାକୁ ଚାହେିଁ । ମୁଁ ଅନେକ ସପ୍ତାହ ଧରି ଏହି ମାନସିକ ବିଘ୍ନକୁ ସହିବାକୁ ଚାହୁଁନଥିଲି । ତାଣୁ ମୁଁ ମୋର ମୁକୁଟ ତ୍ୟାଗ କରିବାକୁ ମନୋନୀତ କଲି କାରଣ ମୁଁ ଅନୁଭବ କଲି ଯେ ମୋର ମୁକୁଟ ହେଉଛି ମୋର ସାହାସ ମୋର ଶକ୍ତି ।