ଗୋବିନ୍ଦାଙ୍କୁ ଦେଖି ଫ୍ୟାନସ ଖୁସି

ମୁଁ ଏବେ ସୁସ୍ଥ ଅଛି। କ୍ରେଟି କେୟାର ହସ୍ପିଟାଲର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଯେଉଁମାନେ ମୋ ବିଷୟରେ ଏତେ ଚିନ୍ତିତ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ ।  ମୋତେ ଭଲ କରିବାରେ ଆପଣମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ଗଣମାଧ୍ୟମକୁ ବି ଅଶେଷ ଧନ୍ୟବାଦ। ଯେଉଁମାନେ ମୋ ସହ ଜଡ଼ିତ ରହି ମୋର ସ୍ବାସ୍ଥ୍ୟ ସମ୍ପର୍କ‌ରେ ଲୋକଙ୍କୁ ଖବର ଦେଉଥିଲେ। ଏଭଳି କହିଛନ୍ତି ବଲିଉଡ କମେଡି କିଙ୍ଗ ଗୋବିନ୍ଦା ।  ଅକ୍ଟୋବର ୧ ତାରିଖରେ ଘ‌ରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟିଯିବାରୁ ଅଭିନେତା ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ।  ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନିଦିନ ଚିକିତ୍ସିତ ହେବାପରେ ଏବେ ତାଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଛି।ହସ୍ପିଟାଲରୁ ଗୋବିନ୍ଦା ଏକ ହୁଇଲ ଚେୟାରରେ ବାହାରିଥିଲେ। ଏହି ସମୟରେ ଅଭିନେତାଙ୍କ ଧର୍ମପତ୍ନୀ ସୁନୀତାଙ୍କ ପରାମର୍ଶ କ୍ରମେ ଗଣମାଧ୍ୟମ ପାଇଁ ଗୋବିନ୍ଦା କିଛିସମୟ ଅଟକି ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଏସବୁ କହିବା ସହ ଫ୍ୟାନସ ମାନଙ୍କ ପାଇଁ ମେସେଜ ଦେଇଥିଲେ ।